‘ବାହୁବଳୀ’ ଷ୍ଟଣ୍ଟ ମହଙ୍ଗା ପଡ଼ିଲା, ଯୁବକଙ୍କୁ ଶୂନ୍ୟକୁ ଫିଙ୍ଗିଲା ହାତୀ

କେରଳ: ‘ବାହୁବଳୀ’ ସିନେମାରେ ଅଭିନେତା ପ୍ରଭାସ ହାତୀ ସହିତ ଏକ ଚମତ୍କାର ଦୃଶ୍ୟରେ ଅଭିନୟ କରିଥିବାର ନଜର ଆସିଥିଲେ। ପ୍ରଭାସ ହାତୀ ଶୁଣ୍ଢରେ ଗୋଡ ଦେଇ ହାତୀ ଉପରେ ବସିବାର ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ତେବେ କେରଳର ଜଣେ ଯୁବକଙ୍କର ଏଭଳି କିଛି କାରନାମା ହାତୀ ସହିତ କରିବା  ମହଙ୍ଗା ପଡ଼ିଛି।

କେରଳର ଥୋଡୁପୁଝାର ଡଡୁକିରେ ରହୁଥିବା ଜଣେ ଯୁବକ ‘ବାହୁବଳୀ’ ସିନେମାରେ ପ୍ରଭାବିତ ହୋଇ ହାତୀ ସହିତ ଷ୍ଟଣ୍ଟ ଦେଖାଇବାକୁ ଯାଇଥିଲେ। ପ୍ରଥମେ ସେ ହାତୀକୁ କଦଳୀ ଖୁଆଇ ଥିଲେ,ତା’ପରେ ହାତୀ ଦାନ୍ତକୁ ଧରି ଶୁଣ୍ଢରେ ଚୁମ୍ବନ ଦେଇଥିଲେ। ଏତିକିରେ ତାଙ୍କ ମନ ବୁଝି ନଥିଲା ସେ ପୁର୍ନବାର ହାତୀ ଶୁଣ୍ଢକୁ ଚୁମ୍ବନ ଦେବାକୁ ଯିବା ସମୟରେ ହାତୀ ଉକ୍ତ ଯୁବକଙ୍କୁ ଶୁଣ୍ଢରେ ଉଠାଇ ଶୂନ୍ୟକୁ  ଫିଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ଯୁବକଙ୍କ ପ୍ରାଣ ରକ୍ଷା ହୋଇଯାଇଥିଲା। କିନ୍ତୁ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ଲୋକମାନେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ଅବସ୍ଥା ସୁସ୍ଥ ଅଛି ବୋଲି ଡାକ୍ତର କହିଛନ୍ତି। ତେବେ ଉକ୍ତ ଯୁବକ ଜଣକ ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇ ଥିବା ସ୍ଥାନୀୟଲୋକ କହୁଛନ୍ତି।

ସମ୍ବନ୍ଧିତ ଖବର