ନୂଆଦିଲ୍ଲୀ: ମାତଲହମା ଗ୍ରାମରୁ ଜଣେ ଟ୍ରେନି ପୁଲିସ୍ କନ୍ଷ୍ଟେବ୍ଲଙ୍କୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଅପହରଣ କରିଥିଲେ। ଶନିବାର କନ୍ଷ୍ଟେବଲ୍ଙ୍କର ଗୁଳି ବାଜିଥିବା ଶରୀର କ୍ୱାଇମୋହଠାରେ ଉଦ୍ଧାର ହୋଇଛି। ନିକଟରେ କନ୍ଷ୍ଟେବଲ୍ ପଦବୀକୁ ପ୍ରମୋସନ୍ ପାଇଥିବା ମହମ୍ମଦ ସଲିମ ସାହା କାଠୁଆରେ ଥିବା ପ୍ରଶିକ୍ଷଣ ବିଦ୍ୟାଳୟରେ ପୁଲିସ୍ ଟ୍ରେନିଂ ନେଉଥିଲେ। ସେ ତାଙ୍କ ଟ୍ରେନିଂରୁ ଛୁଟି ନେଇ ଘରକୁ ଆସିଥିଲେ ବୋଲି ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମୃତ କନ୍ଷ୍ଟେବଲ୍ଙ୍କର ଶରୀରରେ ଥିବା କ୍ଷତ ଚିହ୍ନରୁ ଅନୁମାନ କରାଯାଉଛି ସେ ବହୁ ଶାରୀରିକ ନିର୍ଯ୍ୟାତନା ପାଇବା ପରେ ଯାଇ ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି। ନ୍ୟାୟ ପାଇଁ ଅପରାଧୀମାନଙ୍କୁ ଧରାଯାଇ ଅଣାଯିବ ବୋଲି ପୁଲିସ୍ ଶାନ୍ଵନା ଦେଇଛି।
ଏହି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଆତଙ୍କବାଦୀମାନେ ଅନେକ ସମୟରେ ଅପରହଣ କରି ହତ୍ୟା କରିଥିବାର ଦେଖିବାକୁ ମିଳିଛି।
ନିକଟରେ ଜୁଲାଇ ୫ ତାରିଖରେ ଜମ୍ମୁ-କଶ୍ମୀରର ସୋପେନ୍ ଜିଲ୍ଳାରେ ଜାଭେଦ ଅହମ୍ମଦ ନାମକ ଜଣେ କନ୍ଷ୍ଟେବଲ୍ଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିଲେ।
ସେହିପରି ଜୁନ୍ ୧୪ ତାରିଖରେ ଆତଙ୍କବାଦୀମାନେ ସେନା ରାଇଫଲ୍ ମ୍ୟାନ୍ ଔରଙ୍ଗଜେବ ଖାନଙ୍କୁ ଅପହରଣ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଗୁଳି ବାଜିଥିବା ତାଙ୍କ ଶରୀର ଉଦ୍ଧାର ହୋଇଥିଲା।
ଗତ ବର୍ଷ ମେ ମାସରେ ଆତଙ୍କବାଦୀମାନେ ସେନା ଅଧିକାରୀ ଲ୍ୟୁଟେନାଣ୍ଟ୍ ଉମର୍ ଫୟାଜ୍ ପ୍ୟାରିଙ୍କୁ ଅପହରଣ କରି ହତ୍ୟା କରିଥିଲେ।