ଭଦ୍ରକ: ପୁରୁଣାବଜାର ପୁଲିସ ୫୦୦ ଲିଟର ଦେଶୀ ମଦ ସହ ସଫାରି ଗଡ଼ିକୁ ଜବତ କରିଛି। ଅଭିଯୁକ୍ତ ମାନେ ପୁଲିସ ଆସିବା ଜାଣିପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁରୁଣାବଜାର ଥାନା ଅନ୍ତର୍ଗତ ହଳଦୀଢ଼ିଅ ବାଇପାସ ଠାରେ ଗୁରୁବାର ରାତି ଏକ ସଫାରି ଗାଡ଼ିରେ ଯୋଗେ ବାଲେଶ୍ୱରରୁ ଭଦ୍ରକକୁ ଦେଶୀ ମଦ ଆସୁଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁରୁଣାବଜାର ପୁଲିସ ରାତି ପେଟ୍ରୋଲିଂ କରୁଥିବା ସମୟରେ ଏହି ଗାଡ଼ି ଉପରେ ସନ୍ଦେହ ହୋଇଥିଲା। ପରେ ୫୦୦ ଲିଟର ଦେଶୀମଦ ଜବତ କରିବା ସହ ଏକ ସଫାରି ଗାଡ଼ିକୁ ଜବତ କରାଯାଇଛ। ପୁଲିସ ଆସିପାରିବା ଜାଣି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ପୁରୁଣାବଜାର ପୁଲିସ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି।