ବିଡିଏ କଲୋନିରୁ ଝରକା ତାଡ଼ି ଲୁଟ୍‌

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ସୁଜିତ କୁମାର ବନି ନାମକ ଜଣେ ଯୁବକଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଏନେଇ ଘର ମାଲିକ ସ୍ଥାନୀୟ ଥାନାରେ ଲିଖତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସୁଜିତଙ୍କ ପରିବାର ଲୋକ ଘରେ ନଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଝରକା ତାଡ଼ି ଆଲମାରିରେ ଥିବା ସୁନା ଗହଣା ନେଇ ପଳାଇଥିଲେ। ଲୁଟ୍‌ ଗହଣାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସକାଳେ ସୂଚନାପାଇ ପୁଲିସ୍‌ ଘଟଣାସ୍ଥଳର ପହଞ୍ଚି ତଦନ୍ତକରି ଲୁଟେରାଙ୍କୁ କାବୁ କରିବା ନେଇ ସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର