ହୋଟେଲ୍‌ରେ ପଶି ଲୁଟ୍‌, ୨ ଗିରଫ

0 48

ଭୁବନେଶ୍ବର : ୟୁନିଟ୍‌-୩ ଖାରବେଳନଗର ସ୍ଥିତ ହୋଟେଲ୍‌ ନୀଳାଚଳରେ ପଶି ଲୁଟ୍‌ପାଟ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ବହୁ ଜିନିଷପତ୍ର ଜବତ କରିଛି। ସେମାନେ ହେଲେ ମାଳିସାହି ମସ୍‌ଜିଦ୍‌ କଲୋନିର ସେଖ୍‌ ରମଜାନ୍‌(୧୯) ଓ ଅବଦୁଲ୍‌ ସାମଲ(୩୩)। ଗତ ୭ତାରିଖ ରାତିରେ ରମଜାନ୍‌ ଓ ଅବଦୁଲ୍‌ ନୀଳାଚଳ ହୋଟେଲ୍‌ରୁ ପ୍ରେସର କୁକର, ଗ୍ୟାସ୍‌ ସମେତ ବହୁ ଆସବାବପତ୍ର ଚୋରି କରିଥିଲେ। ଏ ନେଇ ହୋଟେଲ୍‌ ମାଲିକ ଦୀପକ ଦ୍ବିବେଦି ଥାନାରେ ଅଭିଯୋଗ କରିଥିଲେ। ଖାରବଳେନଗର ଥାନା ପୁଲିସ ଘଟଣାର ତଦନ୍ତ କରିଥିଲା। ରବିବାର ରାତିରେ ପୁଲିସର ଟିମ୍‌ ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଚୋରି ହୋଇଥିବା ସମସ୍ତ ଜିନିଷ ଜବତ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବହି ଦୋକନରୁ ଚୋରି, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ବହି ଦୋକାନରୁ ଚୋରି କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ବଡ଼ଗଡ଼ ଥାନା ଅଧୀନ ମଇଁଷିଆ ଖାଲ ବସ୍ତିର ମନୁ ଓରଫ ରାକେଶ କୁମାର ଦେ(୩୨)। ପୁଲିସ ସୂଚନା ଅନୁଯାୟୀ ରବି ଟକିଜ୍‌ ଛକଠାରେ ଥିବା ବିଜୟ ମାଗାଜିନ୍‌ ନାମକ ବହି ଦୋକାନରୁ ଗତ ୭ତାରିଖ ରାତିରେ ୧୦ହଜାର ୬ଶହ ଟଙ୍କା ଚୋରି ହୋଇଥିଲା। ଦୋକାନର ମାଲିକ ବିଜୟ କୁମାର ବେହେରା ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମନୁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୧୦ହଜାର ଟଙ୍କା ଜବତ କରିଛି।

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଭୁବନେଶ୍ୱର : ନାବାଳିକା ଜାଣି ମଧ୍ୟ ବିବାହ କରିବା ଓ ଶାରୀରିକ ସମ୍ପର୍କ ରଖି ଦୁଷ୍କର୍ମ ମାମଲାରେ ବନ୍ଧା ହୋଇଛନ୍ତି ମଞ୍ଚେଶ୍ବର ବରିମୁଣ୍ଡ ବସ୍ତିର ପ୍ରଶାନ୍ତ ନାୟକ। ପୋକ୍ସୋ ଆଇନ ବଳରେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି। ବିବାହ ପରେ ନାବାଳିକାଙ୍କୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯାତନା ଦେଉଥିଲେ। ଗତକାଲି ନିର୍ଯାତନା ସୀମା ଲଂଘିବାରୁ ନାବାଳିକା ଜଣଙ୍କ ମହିଳା ଥାନା ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରଶାନ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.