ସ୍କୁଲରୁ ଘରକୁ ଫେରୁଥିବା ବେଳେ ଚଳନ୍ତା ସ୍କୁଟିରୁ ଝିଅକୁ ଅଟକାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମହିଳା ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜମ୍ମୁ-କଶ୍ମୀର ଦୋଦା ଜିଲ୍ଲାରେ ଘଟିଛି। ଶୁକ୍ରବାର ଦିନ ଜଣେ ଯୁବକ ଝିଅକୁ ଚଳନ୍ତା ଗାଡ଼ିରୁ ଅଟକାଇ ଅସଦାଚଣ କରିବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣରେ ଶିକାର ହୋଇଥିଲା। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ୍‌ ହୋଇଯାଇଥିଲା। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଝିଅ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ପୂର୍ବରୁ ଗୋଟିଏ ବାଇକ୍‌ରେ ତିନିଜଣ ଯୁବକ ଆସି ରାସ୍ତା ଉପରେ ଛିଡା ହେଉଛନ୍ତି। ଝିଅଟି ଯେମିତି ଆସୁଛି ତିନିଜଣ ଯୁବକ ମଧ୍ୟରୁ ଜଣେ ଝିଅଟିର ସ୍କୁଟି ସାମ୍ନାକୁ ଆସି ତାକୁ ଅଟକାଇବା ପାଇଁ ଚେଷ୍ଟା କରୁଛି। ଏହି ସମୟରେ ଝିଅଟି ସ୍କୁଟିରେ ଧକ୍କା ଖାଇ ଉକ୍ତ ଯୁବକ ରାସ୍ତାରେ ଚିତପଟାଙ୍ଗ ମାରି ପଡ଼ି ଯାଉଛି। ସ୍କୁଟିର ନିୟନ୍ତ୍ରଣ ରକ୍ଷା କରି ନପାରି ଝିଅଟି ମଧ୍ୟ ଗାଡ଼ିରୁ ଖସି ପଡ଼ୁଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଯୁବକଙ୍କୁ ଗିରଫ କରିବା ସହିତ ମୋଟରସାଇକେଲକୁ ବି ଜବତ କରିଛି। ଗିରଫ ଯୁବକଙ୍କ ନାମ ଫାରୁକ୍‌(୧୯), ଅଜହର ଓ୍ଵାନି (୧୮) ଓ ନଇମ ଇକବଲ (୧୯) ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର