ଝିଅ ସହ ଦୁଷ୍କର୍ମ କରି ଜେଲ ଗଲା ବାପା

ଅମ୍‌ରୋହା (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଅମ୍‌ରୋହାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ନାବଳିକା ହୋଇଛି ଦୁଷ୍କର୍ମର ଶିକାର । ସେ ପୁଣି କେହି ବାହାର ଲୋକଙ୍କ ଦ୍ୱାରା ନୁହେଁ ବରଂ ନିଜ ଜନ୍ମକଲା ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସମସ୍ତେ ଅଭିଯୁକ୍ତଙ୍କର ଏହି କାମକୁ ନିନ୍ଦା କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଗତକାଲି ପୀଡ଼ିତାଙ୍କ ମା’ତାଙ୍କୁ ଘରେ ଛାଡ଼ି ବଡ଼ ଝିଅକୁ ଦେଖା କରିବା ପାଇଁ ଯାଇଥିଲେ । ଘରେ ଏକା ଥିବା ଦେଖି ପୀଡ଼ିତାଙ୍କ ବାପା ନିଜ ଶୋଇବା ଘରକୁ ଡ଼ାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣଙ୍କ ଏପରି ନ କରିବା ପାଇଁ ନେହୁରା ହୋଇଥିଲେ ମଧ୍ୟ ଅଭିଯୁକ୍ତ ବାପା କିଛି ନ ଶୁଣି ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ପୀଡ଼ିତାଙ୍କ ମା’ ଘରକୁ ଫେରିବା ପରେ ସେ ମା’ଙ୍କୁ ତା’ଙ୍କ ସହ ଘଟିଥିବା ଦୁଃଖଭରା ଘଟଣା ବିଷୟରେ ଜଣାଇଥିଲେ ।

U4UVoice

ସ୍ୱାମୀର ଏଭଳି ଅମାନୁଷିକ କାମ ବିଷୟରେ ଜାଣିବା ପରେ ସେ ତୁରନ୍ତ ଏ ନେଇ ପୁଲିସରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ପୁଲିସ ଘରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର