ଅମିତ ମୋ ସଂପର୍କୀୟ ନୁହେଁ, ମୋ ଭଉଣୀଠାରୁ ସେ ୭ ବର୍ଷ ତଳୁ ଅଲଗା ହୋଇସାରିଛି: ଅର୍ଜୁନ ରାମପାଲ

ମୁମ୍ବାଇ:ଏକ ବେସରକାରୀ ଏୟାର ଲାଇନ୍‌ରେ କାର୍ଯ୍ୟ କରୁଥିବା ଜଣେ ଏୟାର୍‌ ହଷ୍ଟେସଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ବଲିଉଡ୍‌ ଷ୍ଟାର୍‌ ଅର୍ଜୁନ ରାମପାଲଙ୍କ ଭିଣୋଇ ଅମିତ୍‌ ଗିଲ୍‌ଙ୍କୁ ଗିରଫ କରିଛି ବୋଲି ଖବରଟି ଗଣମାଧ୍ୟମରେ ଛାଇ ଯାଇଥିଲା। ମାତ୍ର ଏହି ଖବରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାମପାଲ। ସେ କହିଛନ୍ତି କି ବିଭିନ୍ନ ଆର୍ଟିକିଲ୍‌ରେ ଜଣେ ଅସଦାଚାରୀ ସହ ମୁଁ ମୋ ନିଜ ନାମ ଏବଂ ମୋ ଭଉଣୀର ନାମ ଦେଖିବାକୁ ପାଇଲି। ଏହା ଏକ ଦୁଃଖର କଥା। ଯଦିଓ ମୋ ଭୁଉଣୀ ଉକ୍ତ ବ୍ୟକ୍ତିଠାରୁ ୭ ବର୍ଷ ତଳୁ ଅଲଗା ହୋଇସାରିଛି। ସେ ଟୁଇଟର୍‌ ଜରିଆରେ ଆହୁରିବି କହିଛନ୍ତି କି ଯଦି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏହି ମାମଲାରେ ମୋର ଏବଂ ମୋ ଭଉଣୀ ନାମକୁ ଦୂରେଇ ରଖିବ ତେବେ ବହୁତ ଭଲ ହେବ।

ଉଲ୍ଲେଖଯୋଗ୍ୟ, ଅର୍ଜୁନ ରାମପାଲଙ୍କ ଭଉଣୀକୁ ଅମିତ ଗିଲ୍‌ ବିବାହ କରିଥିଲେ। ନିକଟରେ ଅମିତ ଗିଲ୍‌ ଆନନ୍ଦ ଭିଲ୍ଲାରେ ଥିବା ତାଙ୍କ ବାସଭବନକୁ ଏୟାର୍‌ ହଷ୍ଟେସ୍‌ଙ୍କୁ ଡକାଇଥିଲେ। ସେଠାରେ ତାଙ୍କୁ ନିଶା ମିଶା ପାନୀୟ ପିଇବାକୁ ଦେଇଥିଲେ। ଯୁବତୀ ଜଣକ ଚେତା ହରାଇବାରୁ ତାହାର ସୁଯୋଗ ନେଇ ଅମିତ ଯୁବତୀଙ୍କ ଦେହରୁ ପୋଷାକ ଖୋଲି କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରି ଦେବା ପାଇଁ ଧମକ ଦେଇଥିଲେ।

ହସ୍ତଗତ ହୋଇଥିବା ସୂଚନା ମୁତାବକ ଏୟାର୍‌ ହଷ୍ଟେସ୍‌ ଜଣକ ଅମିତଙ୍କର ଜଣେ କ୍ଲାଇଣ୍ଟ୍‌। ସେ ଅମିତଙ୍କୁ ମୋଟା ଅଙ୍କର ଅର୍ଥ ପୈଠ କରିଥିଲେ। ମାତ୍ର ଅମିତ ତାହାକୁ ଫେରାଉ ନଥିଲେ। ସେ ବାରମ୍ବାର ଅର୍ଥ ମାଗିବାରୁ ଅମିତ ତାଙ୍କ ସହ ଏପରି କରିଛନ୍ତି।

ସମ୍ବନ୍ଧିତ ଖବର