ଦୁଷ୍କର୍ମ ପୀଡ଼ିତାଙ୍କୁ ଦେହଜୀବୀ କହି ୭ ବର୍ଷ ଜେଲ ଦଣ୍ଡ ଭୋଗିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦୁଷ୍କର୍ମ ପୀଡ଼ିତାଙ୍କୁ ଦେହଜୀବୀ ବୋଲି କହି ୭ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି ଜଣେ ଅଭିଯୁକ୍ତ । ଏହା ଧରା ପଡ଼ିବା ପରେ ପୁଲିସ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲଣ କରିଥିଲା । ମାମଲାର ଶୁଣାଣି ଚାଲୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଦେହଜୀବୀ ବୋଲି କହିଥିଲେ । ଏହା ସହ ତାଙ୍କ ସହ ଦୁଷ୍କର୍ମ ନୁହେଁ ସେ ନିଜ ଇଚ୍ଛାରେ ମୋ ସହ ସଂପର୍କ ରଖି ମୋ ଠାରୁ  ଟଙ୍କା ନେଇଥିଲେ ବୋଲି ଅଦାଲତରେ କହିଥିଲେ । ଅଭିଯୁକ୍ତଙ୍କର ଏଭଳି କଥା ଶୁଣି କୌଣସି ପୀଡ଼ିତାଙ୍କୁ ଏଭଳି କହିବା ଏକ ଦଣ୍ଡନୀୟ ଅପରାଧ ବୋଲି ଅଦାଲତ କହିବା ସହ ଅଭିଯୁକ୍ତକୁ ଧାରା ୩୭୬ ଅନୁଯାୟୀ ୭ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ଜଣା ପଡ଼ିଛି ।

indiatimes.com

ସୂଚନା ମୁତାବକ, ମାର୍ଚ୍ଚ ୨୦୧୫ରେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଘରେ ଏକା ପାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଅଭିଯୁକ୍ତ ଜଣଙ୍କ ଧମକ ଦେବା ସହ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । କିଛି ଦିନ ତଳେ ତାଙ୍କ ଝିଅ ଉପରେ ମଧ୍ୟ ଅଭିଯୁକ୍ତର ଖରାପ ନଜର ଥିବା ଦେଖି ପୀଡ଼ିତା ଜଣକ ଚିନ୍ତାଗ୍ରସ୍ତ ହୋଇ ଯାଇଥିଲେ । ଶେଷରେ ସେ ଏ ନେଇ ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରି ଅଦାଲତକୁ ନିଆ ଯାଇଥିଲା ।

ସମ୍ବନ୍ଧିତ ଖବର