ପୋଷା କୁକୁରକୁ ଢେଲା ଫିଙ୍ଗିଥିବା ଲୋକକୁ ଗୁଳି ମାରି ହତ୍ୟା କଲେ ମାଲିକ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଉତ୍ତରପୂର୍ବ ଦିଲ୍ଲୀର େଓ୍ଵଲ୍‌କମ୍‌ ଠାରେ ଗୋଟିଏ ପୋଷା କୁକୁର ଉପରକୁ ଢେଲା ଫିଙ୍ଗିଥିବା ଅଭିଯୋଗରେ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତ ଅଫକ୍‌ ଅଲି ହେଉଛନ୍ତି ପେଶାରେ ଜଣେ ଦରଜି।

ଫେରାର ହୋଇଯାଇଥିବା ଅଭ୍ୟାସଗତ ଅପରାଧୀ କୁକୁର ମାଲିକ ମେହତାବଙ୍କ ନାମରେ ପୁଲିସ ନରହତ୍ୟା ମାମଲା ରୁଜୁ କରିଛି।

ଡେପୁଟି ପୁଲିସ କମିସନର ଅତୁଲ କୁମାର ଠାକୁର କହିଛନ୍ତି, ପୋଷା କୁକୁର ଉପରକୁ ଢେଲା ଫିଙ୍ଗା କାରଣରୁ ଉଭୟଙ୍କ ମଧ୍ୟରେ ଚଢ଼ାଉତାର ଲାଗିବା ପରେ ହତ୍ୟାକାଣ୍ଡ ଘଟିଥିବା କଥା ପୁଲିସ କହିଛି। କୁକୁରଟି ଅଭିଯୁକ୍ତଙ୍କର।

ପୁଲିସ କହିଛି ଆଫକ୍‌ଙ୍କ ଶ୍ୱଶୁର ସନ୍ଧ୍ୟା ୭ଟା ପରେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିଥିଲେ। ପୁଲିସ ଅପରାଧସ୍ଥଳରେ ପହଞ୍ଚିବା ପରେ ସେମାନେ କହିଲେ କି ଆଫ୍‌କ୍‌ଙ୍କୁ ଗୁରୁ ତେଗ୍‌ ବାହାଦୁର ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଛି।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି, ଆଫକ୍‌ ମେହତାବଙ୍କ ଘରପାଖ ଦେଇ ଯାଉଥିବା ବେଳେ କୁକୁର ଭୁକିଲା। କୁକୁରଟି କୁଆଡ଼େ ତାଙ୍କୁ କାମୁଡ଼ିବାକୁ ଗୋଡ଼ାଇ ଆସିବାରୁ ସେ ଢେଲାଟିଏ ଉଠାଇ ତା’ ଆଡ଼କୁ ଫିଙ୍ଗିଥିଲେ।

ଏ କଥା ମେହତାବ୍‌ ଦେଖି ପାରି ବନ୍ଧୁକ ନେଇ ବାହାରି ଆସିଲେ। ଉଭୟଙ୍କ ମଧ୍ୟରେ କଥାକଟାକଟି ହେବା ପରେ ସେ ଆଫକ୍‌ଙ୍କୁ ଗୁଳି ମାରିଥିଲେ।

ସମ୍ବନ୍ଧିତ ଖବର