ମହିଳାଙ୍କୁ ବଶୀଭୂତ କରି ଦୁଷ୍କର୍ମ କଲା ଡେଲିଭରି ବଏ, ହେଲେ ପୁଲିସରେ ଅଭିଯୋଗ କଲେନି ପୀଡ଼ିତା !

ନୋଏଡା : ଗୁରୁବାର ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଡେଲିଭରୀ ବଏକୁ ଅଟକ ରଖିଛି ପୁଲିସ । ଅକ୍ଟୋବର ୭ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୋଗ ଆଣିଥିବା ମହିଳା ଏବେ ଅଭିଯୋଗ ଫେରାଇ ନେବାକୁ ଚାହିଁବା ସହ ବୟାନ ଦେବାକୁ ମନା କରି ଦେଇଛନ୍ତି, ଯାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ପକ୍ଷରେ ଆମାଜନର ଡେଲିଭରି ବଏ କହିଛନ୍ତି, ମହିଳାଙ୍କ ସହ ମୋର କେବଳ ଝଗଡ଼ା ହୋଇଥିଲା । ତାଙ୍କ ସହ ଦୁଷ୍କର୍ମ ଭଳି ଅପରାଧ କରି ନାହିଁ ।

Image result for rape
Rolling Stone

ପୀଡ଼ିତାଙ୍କ ଭଉଣୀ ଆଣିଥିବା ଅଭିଯୋଗ ମୁତାବକ, ପୀଡ଼ିତା ଆମାଜନରୁ ଏକ ଜିନିଷ ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ପସନ୍ଦ ନ ଆସିବାରୁ ସେ ଫେରାଇବାକୁ ଚାହିଁଥିଲେ । ଡେଲିଭରୀ ବଏ ଜିନିଷ ନେବାକୁ ଆସିବା ପରେ ପୀଡ଼ିତାଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ବଶୀଭୂତ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ପୀଡ଼ିତାଙ୍କ ଭଉଣୀ ଏଭଳି ଅଭିଯୋଗ କରିବା ପରେ ପୁଲିସ ତାଙ୍କର ବୟାନ ରେକର୍ଡ କରିବାକୁ ଚାହିଁଥିଲା । କିନ୍ତୁ ପୀଡ଼ିତା ବୟାନ ଦେବାକୁ ମନା କରିଦେବା ସହ ଅଭିଯୋଗ ଫେରାଇ ଆଣିବାକୁ କହିଥିଲେ । ଦୁଇ ପକ୍ଷର ବୟାନ ଭିନ୍ନ ଆସୁଥିବାରୁ ପ୍ରକୃତ ଘଟଣା ଜାଣିବା ପାଇଁ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର