ବିଏମ୍‌ସି ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ ବିଏମ୍‌ସି ଅଧିକାରୀଙ୍କୁ ହତ୍ୟା ଧମକ ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ, ରଙ୍ଗମାଟିଆ ଅଞ୍ଚଳର ଲିଙ୍ଗରାଜ ବାରିକ(୪୦)। ପୁଲିସ ସୂଚନା ମୁତାବକ, ସୈନିକ ସ୍କୁଲ୍‌ ଅଞ୍ଚଳରେ ଥିବା ସରକାରୀ ଜାଗାରେ ଲିଙ୍ଗରାଜ ଏକ ଦୋକାନ କରିଥିଲେ। ତେବେ ଏହା ଏକ ଜବରଦଖଲ ଥିବା ଜଣାପଡ଼ିବା ପରେ ଗତ ୨୮ ତାରିଖରେ ଦୋକନକୁ ସେଠାରୁ ଉଚ୍ଛେଦ ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଫଳରେ ବିଏମ୍‌ସି ଅଧିକାରୀ କୁମୁଦ ବନ୍ଧ ଉଚ୍ଛେଦ ପାଇଁ ସେଠାକୁ ଯାଇଥିଲେ। ହେଲେ ଲିଙ୍ଗରାଜ ସେଠାରେ ଉପସ୍ଥିତ ରହି ଉଚ୍ଛେଦକୁ ବିରୋଧ କରିଥିଲା। କୁମୁଦଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ଏନେଇ କୁମୁଦ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର