ପୁଲିସ୍ ଏତଲା ଲେଖି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ନିହାଲ ବିହାର ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପ୍ରୟାସ କରିଥିବା ଜଣା ପଡ଼ିଛି । ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ପୀଡ଼ିତ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଜୁଲାଇ ୩ରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ପରେ ପୀଡ଼ିତଙ୍କ ଛାତି ଏବଂ ମୁହଁ ପୋଡ଼ି ଯାଇଥିବା ଜଣା ପଡ଼ିଛି ।

The Hans India

ସୂଚନା ମୁତାବକ, ପୀଡ଼ିତ ରାହୁଲଙ୍କ ଠାରୁ ତାଙ୍କର ଜଣେ ବନ୍ଧୁ ୬୦,୦୦୦ଟଙ୍କା ନେବା ସହ ଫେରାଉ ନଥିଲେ । ଯାହା ପାଇଁ ରାହୁଲ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ରଖିଥିଲେ ମଧ୍ୟ ଏହି ମାମଲାକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିଲା । ଏଥିରେ ରାଗି ଯାଇ ବୁଧବାର ପେଟ୍ରୋଲ ଆଣି ନିହାଲ ବିହାର ଥାନାରେ ପହଞ୍ଚିଥିଲେ ରାହୁଲ । ନିଜ ଦେହରେ ହଠାତ ନିଆଁ ଲଗାଇଦେବା ଦେଖି ପୁଲିସକର୍ମୀ ନିଆଁକୁ ଲିଭାଇ ରାହୁଲଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜଣା ପଡ଼ିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବା ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର