ଜମି ଦେବା ନାଁରେ ଠକେଇ, ରେଲ୍‌େଓ୍ଵ କର୍ମଚାରୀ ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ରେଲ୍‌େଓ୍ଵ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳର ତ୍ରିଲୋଚନ ବେହେରା(୬୧)। ଏଠାରେ ସେ ଗାଡ଼କଣ ଅଞ୍ଚଳରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ଗତ ୨୦୧୧ରେ ତ୍ରିଲୋଚନ ନୀଳାଦ୍ରିବିହାର ଅଞ୍ଚଳର ଝରଣା ମହାନ୍ତିଙ୍କୁ ମଞ୍ଚେଶ୍ୱର ଅଞ୍ଚଳରେ ଜମି ଦେବେ କହି ଅଢ଼େଇ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାପରେ ଜାଲିଆତି କରି ସରକାରୀ ଜମିକୁ ଝରଣାଙ୍କୁ ବିକ୍ରି କରିଥିଲେ। ଯୋତେବେଳେ ଝରଣା ଉକ୍ତ ଜମିରେ ଘର ତିଆରି ପାଇଁ ବ୍ୟାଙ୍କ ଋଣ ଆବେଦନ କରିଥିଲେ ତାହା ସରକାରୀ ଜମିବୋଲି ଜଣା ପଡ଼ିଥିଲା। ଏନେଇ ଝରଣା ପ୍ରଥମେ ତ୍ରିଲୋଚନଙ୍କ ସହ କଥା ହୋଇଥିଲେ। ଆଉ ଟଙ୍କା ଫେରାଇବା ପାଇଁ କହିଥିଲେ। ତ୍ରିଲୋଚନ ଝରଣାଙ୍କ କଥାରେ ରାଜି ହୋଇ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ। ଟଙ୍କା ଫେରାଇବା ପାଇଁ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ହେଲେ ଇତି ମଧ୍ୟରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ତ୍ରିଲୋଚନ ଟଙ୍କା ଫେରସ୍ତ କରି ନଥିଲେ। ଏନେଇ ଝରଣା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି ପୁଲିସ ତ୍ରିଲୋଚନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର