ଯୁବତୀଙ୍କୁ ଦୁଷ୍କର୍ମ, ସହଯୋଗୀ ଗିରଫ

ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ କେନ୍ଦୁଝର ନ୍ୟୁ-ମାର୍କେଟ ଅଞ୍ଚଳର ଉମର ଇମାଜ୍‌ଉଦ୍ଦିନ ସାଦ୍‌(୨୯)ଙ୍କୁ ଗିରଫ କରିଛ।। ଏଠାରେ ସେ ପଟିଆ ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ୨ ବର୍ଷ ତଳେ ଉମର ଓ ଯୁବତୀ ମିଶି ପଟିଆ ଷ୍ଟେସନ୍‌ ଅଞ୍ଚଳରେ ଏକ ସୋ’ରୁମ୍‌ ଖୋଲିଥିଲେ। ତେବେ ପରେ ଉଭୟଙ୍କ ମଧ୍ୟରେ ବ୍ୟାବସାୟିକ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଉମର ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବିଭିନ୍ନ ସମୟରେ ଶାରୀରିକ ସଂପର୍କ ରଖିଥିଲେ। କିଛି ଦିନ ତଳେ ଯୁବତୀ ଉମରଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରି ଦେଇଥିଲେ। ଏହାକୁ ନେଇ ଉଭଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉମର ରାଗି ଯାଇ ଯୁବତୀଙ୍କୁ ମାଡ଼ ମାରିଥିଲା। ଯୁବତୀଜଣଙ୍କ ଏ ସଂପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉମରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର