ପିଲା ଦିନର ଦୁଇ ବାନ୍ଧବୀ ପରସ୍ପରକୁ କଲେ ବିବାହ, ଜଣେ ଋଣ ନେଇ କଲା ଲିଙ୍ଗ ପରିବର୍ତ୍ତନ,କିନ୍ତୁ ……..

15

ଭିବାନୀ(ହରିୟାଣା): ହରିୟାଣାର ଭିବାନୀରେ ଏକ ଭିନ୍ନ ପ୍ରକାରର ବିବାହ ହୋଇଥିବା ଖବର ମିଳିଛି । ଦୁଇଜଣ ବାନ୍ଧବୀ ପରସ୍ପରକୁ ବିବାହ କରିବା ଏବଂ ବିବାହ ପରେ ସେମାନଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ପରିବର୍ତ୍ତନ କରିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ବିବାହ ପରେ ଦୁହିଁଙ୍କ ଜୀବନରେ ଏବେ ଝଡ଼ ସୃଷ୍ଟି ହୋଇ ଯାଇଥିବା ଜଣା ପଡ଼ିଛି । ଲିଙ୍ଗ ପରିବର୍ତ୍ତନ କରି ଯୁବକ ପାଲଟିଥିବା ଯୁବତୀ ନିଜ ପତ୍ନୀଙ୍କ ବାପ ଘର ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ବିବାହ ପରେ ତାଙ୍କ ପତ୍ନୀଙ୍କୁ ବାପଘର ଲୋକ ନେଇଯିବା ସହ ଦେଖା କରିବାକୁ ଦେଉ ନଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତ ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ଲିଙ୍ଗ ପରିବର୍ତ୍ତନ କରି ଯୁବକ ପାଲଟିଥିବା ଯୁବତୀ ଏକାଦଶରେ ପଢ଼ୁଥିବା ବେଳେ ନିଜ ବାନ୍ଧବୀଙ୍କୁ ଭଲ ପାଇ ବସିଥିଲେ । ପାଠ ପଢ଼ା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ସହ ଦୁହେଁ ନିକଟତର ହୋଇଥିଲେ । ପରେ ଦୁହେଁ ଏକା ସାଙ୍ଗରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସମଲିଙ୍ଗୀ ସଂପର୍କକୁ ଲୋକମାନେ ଗ୍ରହଣ କହିବେ ନାହିଁ ବୋଲି ଭାବି ଦୁହିଁଙ୍କ ମଧ୍ୟରୁ ଜଣେ ଲିଙ୍ଗ ପରିବର୍ତ୍ତନ କରିବା କଥା ଭାବିଥିଲେ । ଗୋଟେ ବର୍ଷ ପୂର୍ବରୁ ପରିବାରର ଅନୁମତି ନେଇ ଯୁବତୀ ନିଜ ଲିଙ୍ଗ ପରିବର୍ତ୍ତନ କରିଥିବା ବେଳେ ଅକ୍ଟୋବର ୨୯,୨୦୧୮ରେ ଆର୍ଯ୍ୟ ସମାଜ ମନ୍ଦିରରେ ଦୁହେଁ ବିବାହ କରିଥିଲେ । ବିବାହ ପରେ ଦୁହେଁ ନିଜ ନିଜ ଘରେ ରହିବାକୁ ଲାଗିବା ସହ ପରସ୍ପରର ଘରକୁ ଯାଇ ଦେଖା କରୁଥିଲେ । କିନ୍ତ ଡ଼ସେମ୍ବର ୧୯ ପରଠାରୁ ପୀଡ଼ିତ ନିଜ ପତ୍ନୀଙ୍କୁ ଦେଖା ନ କରି ପାରୁ ଥିବା ସହ ତାଙ୍କ ପତ୍ନୀ ନିଜ ଘରେ ନଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତ । ଏ ନେଇ ସେ ପତ୍ନୀଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି । ପୁଲିସ ଅଭିଯୋଗ ଗ୍ରହଣ କରି ମାମଲାର ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର