ବଳ କଷାକଷି ବେଳେ ତଳେ ପଡ଼ିଗଲେ ଛାତ୍ର , ଜାଣନ୍ତୁ ତାପରେ କ’ଣ ହେଲା

ମୁମ୍ବାଇ: କଲେଜରେ ଛାତ୍ର ଛାତ୍ରୀମାନଙ୍କ ମଧରେ ଶକ୍ତି ପରୀକ୍ଷା ଲାଗି ଦଉଡି ଟଣାଟଣି ହେଉଥିଲା। ସମସ୍ତେ ନିଜକୁ ଅଧିକ ବଳଶାଳୀ ଦେଖାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍‌ ଜଣେ ଯୁବ ଛାତ୍ର ତଳେ ପଡିଗଲେ ଓ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମୁମ୍ବାଇର କେ.ଜେ.ସୋମୈୟା କଲେଜ୍‌ରେ ପଢୁଥିବା ୧୯ ବର୍ଷୀୟ ଛାତ୍ର ବିପନଙ୍କର ମୃତ୍ୟୁ ଘଟିଥିଲା। ଏହି ଅଘଟଣର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଭଲଭାବେ ଜଣାପଡୁୁଛି ଯେ ପିଲାମାନଙ୍କ ଭିତରେ ବଳ କଷାକଷି ହେଉଥିଲା। ସେହି ସମୟରେ ଅଚେତ ହୋଇ ଜଣେ ଛାତ୍ର ତଳେ ପଡିଗଲେ। ତା’ପରେ ବିପିନଙ୍କୁ ତତ୍‌କ୍ଷଣାତ୍‌ ନିକଟସ୍ଥ ରାଜାବାଡି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିପିନଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ରାଜବାଡି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ବିଦ୍ୟା ଠାକୁର କହିଛନ୍ତି ଯେ ଯୁବକଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ଶରୀରରେ କୌଣସି ରକମର କ୍ଷତ ଚିହ୍ନ ନଥିଲା,ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟଛି,ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର