ପାକିସ୍ତାନ: କୁକୁଡା ସହ ଦୁଷ୍କର୍ମ କରି ନାବାଳକ ଗିରଫ

ସମାଜରେ ବିଭିନ୍ନ ପ୍ରକାର ଦୁଷ୍କର୍ମ ଘଟଣାମାନ ସାମ୍ନାକୁ ଆସିଥାଏ। ତେବେ ଏନେଇ ଆଇନ ବ୍ୟବସ୍ଥାମଧ୍ୟ କଡ଼ାକଡି କରି ଦିଆଯାଇଛି। ତେବେ ମହିଳାମାନଙ୍କ ପରେ ଏବେ ପଶୁପକ୍ଷୀଙ୍କ ସହିତ ଦୁଷ୍କର୍ମ ହେବାର ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାକିସ୍ତାନରେ । ୧୪ ବର୍ଷ ବୟସର ଜଣେ ନାବାଳକ ଏକ କୁକୁଡ଼ା ସହ ଦୁଷ୍କର୍ମ କରିଥିବା ଅପରାଧରେ ପୁଲିସଗିରଫ କରିଛି।

ଘଟାଣାଟି ଆଶ୍ଚଯ୍ୟର୍ ଲାଗୁଥିଲେ ମଧ୍ୟ ସତ୍ୟ। ପାକିସ୍ତାନ ପଞ୍ଜାବର ଅନସାରି ହୁସେନ ନାମକ ଜଣେ ନାବଳକ ୧୧ ତାରିଖ ଦିନ ହାପିଜାବାଦର ମନସବ ଅଲ୍ଲୀଙ୍କର କୁକୁଡ଼ାକୁରାତିରେ ଚୋରିକରି ନେଇଯାଇଥିଲା। ଏହାପରେ ତାହା ସାଙ୍ଗେ ଦୁଷ୍କର୍ମ କରିଥିିଲେ ଯାହାଦ୍ୱାରା କୁକୁଡ଼ାଟିର ମୃତ୍ୟୁ ହୋଇଥିଲା ବୋଲି ପ୍ରତ୍ୟାକଦର୍ଶୀ ଥିବା ନସରୁଲ୍ଲାହା ଏବଂ ତୁଫେଲ କହିଥିଲେ । ଏହା ପରେ କୁକୁଡ଼ା ମାଲିକ ମନସବ, ଜାଲାପାନ ଭାଟିଆନ ପୁଲିସ ଷ୍ଟେସନଠାରେ ଏଫଆଇଆର ଦେଇଥିଲେ। ଘଟଣାଟିର ତଦନ୍ତ କରି ହୁସେନକୁ ପୁଲିସ ଗିରଫ କରିଥିଲା।

ତଦନ୍ତ ସମୟରେ ହୁସେନ ନିଜ ଦୋଷ ସ୍ୱୀକାର କରି କହିଥିଲେ,’ମୁଁ ମୋ ଦୋଷ ସ୍ୱୀକାର କରୁଛି। ମୁଁ ଉତ୍ତେଜିତ ହୋଇ ଏପରି କାମ କରି ପକାଇଥିଲି। ‘

 

ସମ୍ବନ୍ଧିତ ଖବର