ଶ୍ରୀଲଙ୍କାରୁ ଫେରି କ୍ବାରେଣ୍ଟାଇାନ୍‌ରେ ଥିବା ବ୍ୟକ୍ତି ନଗ୍ନ ହୋଇ ବାହାରକୁ ଆସି ପଡ଼ିଶାଘର ମହିଳାଙ୍କୁ କାମୁଡ଼ି ପକାଇଲେ

ଚେନ୍ନାଇ: ଶ୍ରୀଲଙ୍କାରୁ ଭାରତ ଫେରି  ନିଜ ଘରେ କ୍ବାରେଣ୍ଟାଇାନ୍‌ରେ ଥିବା ତାମିଲ୍‌ନାଡୁର ଜଣେ ବ୍ୟକ୍ତି ତାଙ୍କର ଜଣେ ୮୦ ବର୍ଷ ବୟସ୍କା ମହିଳା ପଡ଼ୋଶୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିବା ପୁଲିସ୍‌ ଅଭିଯୋଗ କରିଛି।

ଏହି ଘଟଣା ଶୁକ୍ରବାର ଘଟିବା ପରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶନିବାର ମୃତ୍ୟୁ ଘଟିଛି।

ଜାଣିବାକୁ ମିଳିିଛି ଯେ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ନିଜ ଘରୁ ନଗ୍ନ ଅବସ୍ଥାରେ ‌ଦୌଡ଼ିବା ସହ ପଡ଼ିଶା ମହିଳା ଜଣକୁ ଯାଇ କାମୁଡ଼ି ପକାଇଥିଲେ।

ସେ ନିକଟରେ ଶ୍ରୀଲଙ୍କାରୁ ଫେରିବା ପରେ ବିଦେଶରୁ ଫେରୁଥିବା ଭାରତୀୟମାନଙ୍କ ପାଇଁ ରହିଥିବା ନିୟମ ଅନୁସାରେ ତାଙ୍କୁ ଘରୋଇ କ୍ବାରେଣ୍ଟାଇାନ୍‌ରେ ରଖାଯାଇଥିଲା।

ସେ ଶୁକ୍ରବାର ସଂଧ୍ୟାରେ ଅଚାନକ ତାଙ୍କ ଘରୁ ବିବସ୍ତ୍ର ହୋଇ ରାସ୍ତା ଉପରକୁ ଚାଲି ଆସି ତାଙ୍କ ପଡ଼ିଶା ମହିଳାଙ୍କୁ କାମୁଡ଼ିବା ଆରମ୍ଭ କଲେ। ସେଠାରେ ଉପସ୍ଥିତ ଥିବା ଲୋକ ଚକିତ ହେବା ସହ ମହିଳାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ମହିଳାଙ୍କ ବେକରେ ଗଭୀର ଆଘାତ ଲାଗିଥିବା ହେତୁ ଚିକିତ୍ସିତ ହେବାର ଦିନକ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର