ଲକ୍ଷ୍ନୌ: ତିନିଟି ଭିନ୍ନ ଭିନ୍ନ ଘଟଣାରେ ତିନିଜଣ ନାବାଳିକାଙ୍କ ସମେତ ଚାରିଜଣ ଯୁବତୀଙ୍କୁ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା

ଥମିବାର ନାଁ ନେଉନାହିଁ ନାବାଳିକା ଦୁଷ୍କର୍ମ ଓ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥମିବାର ନାଁ ନେଉନାହିଁ ନାବାଳିକା ଦୁଷ୍କର୍ମ ଓ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା। ଗତକାଲି ତିନିଟି ଭିନ୍ନ ଭିନ୍ନ ଘଟଣାରେ ତିନିଜଣ ନାବାଳିକାଙ୍କ ସମେତ ଚାରିଜଣ ଯୁବତୀଙ୍କୁ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ପୁଲିସ୍‌ ନିକଟରେ ଅଭିଯୋଗ ଆଗତ ହୋଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପ୍ରଥମ ଘଟଣାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ଅପହରଣ କରିନେବା ପରେ ତାଙ୍କୁ ବନ୍ଧକ ରଖି ଦୁଇଜଣ ଯୁବକ ଦୀର୍ଘ ଦୁଇଦିନ ଧରି ଗଣଦୁଷ୍କର୍ମ କରିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଚିତାଉନି ଗ୍ରାମରେ ସତୀଶ ନାମକ ଜନୈକ ୨୮ ବର୍ଷୀୟ ଯୁବକ ଜନୈକା ୧୩ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରିଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି। ଅନ୍ୟ ଗୋଟିଏ ଘଟଣା ଘଟିଛି ବକ୍ସିକା ତଲାବ ପୁଲିସ୍‌ ଥାନା ଅଞ୍ଚଳରେ। ମିଥିଲେଶ ନାମକ ଜନୈକ ୨୫ ବର୍ଷୀୟ ଯୁବକ ଜନୈକା ୧୫ ବର୍ଷ ବୟସ୍କା ବାଳିକାକୁ ଚକୋଲେଟ୍‌ ଦେବା ବାହାନାରେ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେହିପରି ଚୌକ୍‌ ଅଞ୍ଚଳରେ ଅନ୍ୟଜଣେ ୧୩ ବର୍ଷ ବୟସ୍କା ନାବାଳିକାକୁ ଯୌନ ନିର୍ଯାତନା ଦିଆ ଯାଇଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର