ସ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ କରଜ ପରିଶୋଧ ପାଇଁ ୬୫ଟି ଚୋରି କଲେ ସ୍ୱାମୀ

ଆହ୍ଲାବାଦ: ସ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ନିମନ୍ତେ କରିଥିବା କରଜ ଶୁଝିବାକୁ ୬୫ରୁ ଅଧିକ ସ୍ଥାନରୁ ଚୋରି କରିଥିବା ଜଣେ ବ୍ୟକ୍ତି ଏବଂ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ସୋମବାର ଦିନ ପ୍ରତାପଗଡ଼ ପୁଲିସ ଗିରଫ କରିଛି।

ପଞ୍ଚ ଲାଲ୍‌ ବର୍ମା ନାମକ ସେ ଚୋର ସ୍ୱାମୀ ରାଜନେତା, ସେମାନଙ୍କ ଆତ୍ମୀୟ, ସରକାରୀ ଅଧିକାରୀ ଏବଂ ପ୍ରତାପଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟୀଙ୍କ ଘରୁ ଚୋରି କରୁଥିଲେ। ଗତ ମାସରେ କନ୍ଧାଇ ଥାନା ଅଧୀନ କର୍ମଜିତପୁର ଗାଁ’ରେ ଥିବା ରାଜ୍ୟ ମନ୍ତ୍ରୀ ଡକ୍ଟର୍‌ ମହେନ୍ଦ୍ର ପ୍ରତାପ ସିଂହଙ୍କ ଜଣେ ନିକଟ ଆତ୍ମୀୟ ଠାରୁ ମଧ୍ୟ ସେ ଚୋରି କରିଥିବା କଥା ପୁଲିସ କହିଛି।

ପୁଲିସ ପଚାରିବାରୁ ବର୍ମା କହିଲା: ପ୍ରତାପଗଡ଼ ଜିଲ୍ଲାର ଲାଲ୍‌ଗଞ୍ଜ୍‌ ବ୍ଲକ୍‌ ଅନ୍ତର୍ଗତ ମାଧଓ୍ଵା ଗାଁରୁ ତାଙ୍କ ପତ୍ନୀ ଗ୍ରାମ ପ୍ରଧାନ ନିର୍ବାଚନ ଜିଣିବା ପରେ ସେ ଚୋର ପାଲଟି ଯାଇଛନ୍ତି।

ଲାଲଗଞ୍ଜ୍‌ ଥାନା ଅଧୀନ ପୁରେ ରହମନ୍‌ ମାଧଓ୍ଵାବାସୀ ପଞ୍ଚ ଲାଲ୍‌ ବର୍ମାଙ୍କ ପତ୍ନୀ ସଙ୍ଗୀତା ବର୍ମା ଗ୍ରାମ ପ୍ରଧାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନ ଜିଣିଥିଲେ।

ପଞ୍ଚ ଲାଲ୍‌ କହିଛି ଯେ ପଡ଼ୋଶୀ, ବନ୍ଧୁବାନ୍ଧବ ଓ ଅନ୍ୟମାନଙ୍କ ଠାରୁ ୨୦-୨୫ ଲକ୍ଷ ଟଙ୍କା ହାତଉଧାରି ଆଣି ସେ ପତ୍ନୀଙ୍କ ନିର୍ବାଚନୀ ଅଭିଯାନରେ ଖର୍ଚ୍ଚ କରିଥିଲେ। ନିର୍ବାଚନ ବିଜୟ ପାଳନ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ।

ଋଣ ପରିଶୋଧ ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ଲାଲ୍‌ ଗୋଟାଏ ଦଳ ଗଢ଼ି ତିନି ବର୍ଷ ମଧ୍ୟରେ ପ୍ରତାପଗଡ଼ ଜିଲ୍ଲା ଏବଂ ପାଖଆଖ ଅଞ୍ଚଳରେ ୬୦ ରୁ ଅଧିକ ଚୋରି କରିଛି।

ଲାଲ୍‌ ଏବଂ ତାଙ୍କର ସହଯୋଗୀମାନେ ନିକଟରେ ୧୦ଟି ଘରେ ଚୋରି କରିଥିଲେ। ସେଥିରେ ଜଣେ ହେଉଛନ୍ତି ରାଜ୍ୟମନ୍ତ୍ରୀ ଡକ୍ଟର୍‌ ମହେନ୍ଦ୍ର ପ୍ରତାପ ସିଂହଙ୍କର ପ୍ରତାପଗଡ଼ ଠାରେ ଥିବା ଜଣେ ଆତ୍ମୀୟଙ୍କ ଘର। ଏଥିପାଇଁ ଆଜି ଅପରାଧ ସ୍ଥଳକୁ ଯାଇଥିଲେ।

ବର୍ମା ପୁଲିସକୁ କହିଛି ଯେ ସେ ଜଣେ ସ୍ଥାନୀୟ ଜହୁରୀଙ୍କୁ ଚୋରି ଅଳଙ୍କାର ବିକ୍ରୟ କରେ। ସେ ତାକୁ ଅଳଙ୍କାର ମୂଲ୍ୟର ୬୦% ଦିଅନ୍ତି। ପୁଲିସ ତା’ଠାରୁ ୪୪ ଗ୍ରାମ୍‌ ସୁନା, ୧. ୨୭୮ କିଲୋ ରୁପା, ନଗତ ୧୨, ୧୦୦/- ଟଙ୍କା, ଗୋଟିଏ ୩୧୫ ରାଇଫଲ୍‌, ଗୋଟିଏ ଦେଶୀ ୧୨ ବୋର୍‌ ବିଶିଷ୍ଟ ପିସ୍ତଲ ଏବଂ ଅଫୁଟା ଗୁଳି ଜବତ୍‌ କରିଛି।

ସମ୍ବନ୍ଧିତ ଖବର