୬ମାସ ହେଲା ନିଜ ଖୁଡୁତାଶୁର ସହ ଶାରୀରିକ ସଂପର୍କ ରଖିଥିଲେ ମହିଳା, ସ୍ୱାମୀ ମନା କରିବାରୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଜୟପୁର: ଜୟପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଖୁଡୁତାଶୁରଙ୍କ ସହ ଅନୈତିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀ ନିଜ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଘଟଣା ବିଷୟରେ ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁୁ ଗିରଫ କରିଛି ପୁଲିସ ।
ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ପୂଜା ନିଜ ସ୍ୱାମୀ ମୁକେଶଙ୍କ ସାନ ବାପା ରାକେଶଙ୍କ ସହ ୬ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହେବା ପରେ ଦୁହେଁ ମୁକେଶକୁ ରାସ୍ତାରୁ ହଟାଇବାକୁ ଯୋଜନା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷରେ ମୁକେଶଙ୍କୁ ସଂପର୍କ ବିଷୟରେ ଜଣା ପଡ଼ିବା ପରେ ସେ ପୂଜାଙ୍କୁ ଏପରି ନ କରିବା ପାଇଁ କହିଥିଲେ । ମୁକେଶ ବାରମ୍ବାର ବାରଣ କରୁଥିବାରୁ ବିରକ୍ତ ହୋଇ ପୂଜା ରାକେଶଙ୍କୁ ଶୀଘ୍ର ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ ।

Detroit Journalism Cooperative

ଜୁଲାଇ ୧୨ରେ ରାକେଶ ମୁକେଶଙ୍କୁ ମିଛ ବାହାନାରେ ଏକ ଜଙ୍ଗଲିଆ ସ୍ଥାନକୁ ଡ଼ାକି ନେଇ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ତାଙ୍କର ହତ୍ୟା କରିଥିଲେ । ହତ୍ୟା ଖବର ପୁଲିସକୁ ମିଳିବା ପରେ ପୁଲିସ ତୁରନ୍ତ ରାକେଶଙ୍କୁ ଗିରଫ କରିଥିବା ବେଳେ ପରେ ପୂରା ଘଟଣାର ମାଷ୍ଟରମାଇଣ୍ଡ ପୂଜାକୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର