ସ୍ତ୍ରୀ ହସି ହସି କଥା ହେଉଥିବାରୁ ରାଗରେ ପରିବା ବିକାଳିକୁ ହତ୍ୟା କଲା ସ୍ୱାମୀ

ଜୟପୁର : ରାଜସ୍ଥାନର ରାଜମସନ୍ଦ ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ସ୍ତ୍ରୀ ପରିବା ବିକାଳି ସହ ହସି ହସି କଥା ହେଉଥିବାରୁ ସ୍ୱାମୀ ପରିବା ବିକାଳିକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

NDTV.com

ସୂଚନା ମୁତାବକ, ମୃତ ଲକ୍ଷ୍ମଣ ସବୁ ବେଳେ ଗାଁକୁ ପରିବା ବିକିବାକୁ ଆସୁଥିବା ବେଳ ଅଭିଯୁକ୍ତ ନୈନା ସିଂହ ତାଙ୍କୁ ପସନ୍ଦ କରୁ ନ ଥିଲେ । ସିଂହଙ୍କ ସ୍ତ୍ରୀ ଲକ୍ଷ୍ମଣଙ୍କ ସହ ପରିବା କିଣିବା ସମୟରେ ହସି ହସି କଥା ହେଉଥିବାରୁ ଦୁହିଁଙ୍କ ମଧ୍ୟରେ କିଛି ସଂପର୍କ ଥିବା ଭାବି ନେଇଥିଲେ ସିଂହ । ଯାହା ପାଇଁ ସେ ଲକ୍ଷ୍ମଣଙ୍କୁ ରାସ୍ତାରୁ ହଟାଇବା କଥା ଚିନ୍ତା କରିଥିଲେ । ରବିବାର ସଂନ୍ଧ୍ୟା ସମୟରେ ଲକ୍ଷ୍ମଣ ପରିବା ଆଣି ସିଂହଙ୍କ ଘର ଆଗରେ କିଣିବା ପାଇଁ ଡ଼ାକିବା ପରେ ସିଂହ ଘରୁ କଟୁରୀ ନେଇ ଲକ୍ଷ୍ମଣଙ୍କୁ ଆକ୍ରମଣ କରିଥିଲେ । ପ୍ରଥମ ଚୋଟଟି କାନରେ ବାଜିଥିବା ବେଳେ ଦ୍ୱିତୀୟ ଚୋଟ ଲକ୍ଷ୍ମଣଙ୍କ ବେକରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର