ବିଜେପି ବିଧାୟକ ଦୁଷ୍କର୍ମ କରିଥିବା ନେଇ ଯୋଗୀଙ୍କ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ମୌ: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ବିଧାୟକଙ୍କ ନାମ କୁଲଦୀପ ସିଂହ ବୋଲି ଜଣାପଡ଼ିଛି। ପୀଡିତା ଦୁଷ୍କର୍ମକାରୀ ବିରୋଧରେ ଯେତେବେଳେ ମାମଲା ରୁଜୁ କରିବା ପାଇଁ ଯାଇଥିଲେ ସେତେବେଳେ କୁଲଦୀପ ତାଙ୍କୁ ବିଭିନ୍ନ ପ୍ରକାର ଧକମ ଚମକ ଦେଇଥିଲା। କେବଳ ଏତିକି ନୁହେଁ ନିଜର ବିଧାୟକପଦ ବଳରେ ପୀଡିତାଙ୍କ ପରିବାରଲୋକଙ୍କ ନାମରେ କୁଲଦୀପ ମିଥ୍ୟା ମାମଲା ରୁଜୁ କରିଥିଲା। ପୀଡିତା ଅନେକ ଚେଷ୍ଟା କରିବା ପରେ ବି ତାଙ୍କୁ ନ୍ୟାୟ ମିଳି ନଥିଲା। ତେଣୁ ସେ ତାଙ୍କ ପରିବାରଙ୍କ ସହିତ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିବାସରେ ପହଞ୍ଚଥିଲେ। ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ।

ସୂଚନାଯୋଗ୍ୟ, ବିଧାୟକ ତାର କେତେଜଣ ସାଙ୍ଗ ସହିତ ୨୦୧୭ ଜୁନ୍‌ରେ ରେବତୀ(ଛଦ୍ମନାମ)ଙ୍କୁ ଦୁଷ୍କର୍ମ କରିଥିଲା। ଯେତେବେଳେ ରେବତୀ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିବା ପାଇଁ ଯାଇଥିଲା, କୁଲଦୀପ ମାମଲା ଫେରାଇ ନେବା ପାଇଁ ପୀଡିତାକୁ ଧକମ ଦେଇଥିଲା। ବିଧାୟକ ଭୟରେ ପୁଲିସବାବୁମାନେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲେ। ଏପ୍ରିଲ ୩ ତାରିଖ ଦିନ ବିଧାୟକ ଭାଇ ତାର କେତେଜଣ ଗୁଣ୍ଡାକୁ ନେଇ ପୀଡିତାଙ୍କ ଘରେ ପଶି ମାଡଧର ମଧ୍ୟ କରିଥିଲା। ବିଧାୟକର ଅତ୍ୟାଚାର ସହ୍ୟ କରି ନପାରି ପୀଡିତା ତାର ପରିବାର ଲୋକଙ୍କୁ ନେଇ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି ଥିଲା।

ସମ୍ବନ୍ଧିତ ଖବର