ମଦ୍ୟପ ସ୍ୱାମୀର ହସ୍ପିଟାଲ୍‌ ବିଲ୍‌ ପୈଠ କରିବା ପାଇଁ ପିଲା ବିକ୍ରି କଲେ ମହିଳା

ହସନ: ମଦ୍ୟପ ସ୍ୱାମୀର ହସ୍ପିଟାଲ୍‌ ବିଲ୍‌ ପୈଠ କରିବାକୁ ଯାଇ ଜଣେ ମହିଳା ପ୍ରାୟ ୨ ମାସ ତଳେ ବିକ୍ରି କରିଥିବା ତାଙ୍କର ସାଢ଼େ ତିନି ମାସର ପିଲାକୁ ଗୁରୁବାର କର୍ଣ୍ଣାଟକର ହସନ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତାଙ୍କ ପତିଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ଲାଗି ଏହି ଗରିବ ମହିଳା ଏପରି କରିଥିବା ଜଣାପଡ଼ିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜ୍ୟୋତି ନାମ୍ନୀ ମହିଳା  ନିଜ ପିଲାକୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ ୨୧,୦୦୦ ଟଙ୍କାରେ ଜଣେ ଅବସରପ୍ରାପ୍ତ ନର୍ସଙ୍କୁ ବିକ୍ରି କରିଥିଲେ। ଏହି ଆଦିବାସୀ ମହିଳାଙ୍କ ପିଲାଟିକୁ ନେବା ପରେ ନର୍ସ ଜଣକ ତାକୁ ଏକ ସନ୍ତାନ ନ ଥିବା ସ୍ତ୍ରୀ ଲୋକକୁ ବିକ୍ରି କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ସେଲ୍‌ ଜଣେ ଅଚିହ୍ନା ବ୍ୟକ୍ତିଙ୍କ  ପତ୍ର ପାଇବା ପରେ ଚାଇଲ୍‌ଡ େଓ୍ଵଲ୍‌ଫେୟାର୍‌ କମିଟି(ସିଡବ୍ଲ୍ୟୁସି)ର ସଦସ୍ୟ ଏବଂ ଡିପାର୍ଟମେଣ୍ଟ୍‌ ଓମେନ୍‌ ଆଣ୍ଡ୍‌ ଚାଇଲ୍‌ଡ ଡେଭଲପମେଣ୍ଟ(ଡିଡବ୍ଳ୍ୟୁସି)ବିଭାଗ  ଶିଶୁଟିକୁ ଜିଲ୍ଲାର ବେଲୁର ସହରରୁ ଉଦ୍ଧାର କରିଛନ୍ତି। ଡିଡବ୍ଳ୍ୟୁସିର ଉପ-ନିର୍ଦ୍ଦେଶକ ପଦ୍ମା ସିଡବ୍ଲ୍ୟୁସିକୁ ଏ ସଂପର୍କରେ ଏକ ଅପରାଧୀକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସିଡବ୍ଲ୍ୟୁସିର ଅଧ୍ୟକ୍ଷ କୋମଲ କହିଛନ୍ତି, ‘ଜ୍ୟୋତି ହସନ ରେଳବାଇ ଷ୍ଟେସନ୍‌ ନିକଟରେ ରହୁଛନ୍ତି। ସେ ତାଙ୍କ ଶିଶୁକୁ ସନ୍ଥମାଙ୍କୁ ବିକ୍ରି କରିଥିଲେ। ଜ୍ୟୋତି ଶିଶୁଟିକୁ ସନ୍ଥମାଙ୍କୁ ବକ୍ରି କରିବା ପରେ ସନ୍ଥମା ଶିଶୁଟିକୁ ନେଇ ମଞ୍ଜୁଲା ଦେବ୍ରାଜଙ୍କୁ ବିକ୍ରି କରି ଦେଇଥିଲେ।

ସମ୍ବନ୍ଧିତ ଖବର