ଅସଦାଚରଣର ଶିକାର ହେଲେ ଯୁବକ, ଟଙ୍କା ପାଇଁ ଯୁବକଙ୍କୁ ଅପହରଣ କରି ମାଡ଼ ମାରିଲେ ମହିଳା

ପୁଣେ : ପୁଣେରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ସବୁ କ୍ଷେତ୍ରରେ ମହିଳାମାନେ ଅସଦାଚରଣର ଶିକାର ହେଉଥିବା ବେଳେ ଏହାର ଠିକ୍‌ ବିପରୀତ ଘଟଣା ଘଟିଛି ପୁଣେରେ । ଟଙ୍କା ପାଇଁ ଜଣେ ମହିଳା ୨୧ବର୍ଷିୟ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମହିଳାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ମୁତାବକ,ଉଷା ସାଲୁଙ୍କେ(୩୬) ନାମ୍ନୀ ଜଣେ ମହିଳା ଅଭିଯୁକ୍ତ ମହିଳାଙ୍କଠାରୁ କିଛି ବର୍ଷ ପୂର୍ବେ ୫୦,୦୦୦ଟଙ୍କା ଉଧାର ନେଇଥିଲେ । ଧୀରେ ଧୀରେ କରି ଉଷା ଅଭିଯୁକ୍ତ ମହିଳାଙ୍କ ଟଙ୍କା ଫେରାଇ ଦେଇଥିବା ବେଳେ ସୁଧ ୧୦,୦୦୦ଟଙ୍କା ଅଧିକ ଦେବା ପାଇଁ ଅଭିଯୁକ୍ତ ମହିଳା କହିଥିଲେ ।

Daily Post Nigeria

ତେବେ, ଉଷା ଆଉ ଅଧିକ ଟଙ୍କା ଦେବା ପାଇଁ ମନା କରିବାରୁ ଅଭିଯୁକ୍ତ ମହିଳା ଜଣଙ୍କ ଉଷାଙ୍କ ପୁଅ ମହେଶ ସାଲୁଙ୍କେକୁ ଅପହରଣ କରି ନେଇଥିଲେ । ମହେଶଙ୍କୁ ଅପହରଣ କରି ଯଦି ବଳକା ଟଙ୍କା ନ ଦିଆ ଯାଏ ତେବେ ତୁମ ପୁଅକୁ ମାରି ଦିଆଯିବ ବୋଲି ଅଭିଯୁକ୍ତ ମହିଳା ଉଷାଙ୍କୁ ଧମକ ଦେଇଥିଲେ । ଧମକ ପାଇ ଉଷା ଅନ୍ୟ କିଛି ବାଟ ନ ପାଇ ପୁଲିସରେ ଏତଲା ଦେଇଥିଲେ । ପୁଲିସ ଏତଲା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳା ଏବଂ ତାଙ୍କର ୪ସହଯୋଗୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମହିଳାଙ୍କୁ ଗିରଫ ପରେ ପୁଲିସ ମହିଳାଙ୍କ ନାମ ଗୋପନ ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର