ସୁବର୍ଣ୍ଣପୁର: ଯାତ୍ରୀବାହୀ ଏକ୍ସପ୍ରେସ୍‌ ବସ୍‌ରୁ ୧୦ପେଟି କଫ ସିରଫ୍‌ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରସ୍ଥିତ ସୋନପୁର ଟାଉନ୍‌ ପୁଲିସ ସୋନପୁର ବ୍ଲକ୍‌ ଛକରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ୍‌ ବସ୍‌ରୁ ୧୦ପେଟି କଫ ସିରଫ୍‌ ଜବତ କରିଛି।

ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନା ଏଏସଆଇ କ୍ଷୀରୋଦ ବାଗଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗଠନ କରିଥିଲେ। ଏହି ଟିମ୍‌ ସହରର ବ୍ଳକ ଛକଠାରେ ଭୁବନେଶ୍ୱରରୁ ରାଜା ଖଡିଆଳ ଯାଉଥିବା ଏକ୍ସପ୍ରେସ ଜୟମତାଦୀ ବସ ଉପରେ ଆକସ୍ମିକ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ବସ୍‌ର ପଛପଟ ଡକିରୁ ୧୦ପେଟି କଫ ସିରଫ ଥିବା ପୁଲିସ ଦେଖିବାକୁ ପାଇଥିଲା। ତୁରନ୍ତ ପୁଲିସ ଏହି ୧୦ପେଟି କଫ ସିରଫ୍‌କୁ ଜବତ କରି ନେଇଥିଲା। ଗୋଟିଏ ପେଟିରେ ୧୬୦ ଶିଶି ଅର୍ଥାତ୍‌ ମୋଟ ୧୬୦୦ କଫ ସିରଫ ଶିଶି ରହିଥିବା ପୁଲିସ ପକ୍ଷରୁ ପ୍ରକାଶ। ଏଥିସହିତ ସୋନପୁର ଟାଉନ୍‌ ପୁଲିସ ବସର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର