ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ବେଆଇନ ଭାବେ ଗଚ୍ଛିତ ଥିବା ୮୦୦ ହୋମିଓପାଥିକ୍ ସିରଫ ବୋତଲକୁ ଜବତ କରିଛି ପ୍ରଶାସନ। ଜୟପୁର ଟାଉନ ପୁଲିସ ଓ ଡ୍ରଗ୍ସ ଇନିସପେକ୍ଟରଙ୍କ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧୦୦ ଏମଏଲ ବିଶିଷ୍ଟ ୮୦୦ଟି ସାଟିଭଲ ଔଷଧ ବୋତଲକୁ ଜବତ କରିଛି। ଏହି କାରବାରରେ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କୋରାପୁଟ ଜିଲ୍ଲା ଜୟପୁର ସହର ଇରିଗେସନ କଲୋନିର ଗଣନାଥ ସାହୁ (୪୫)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ଭୋରରୁ ଇରିଗେସନସ୍ଥିତ କଲୋନିର ଏକ ବାସଭବନରେ ୧୦ଟି ପେଟିରେ ପ୍ରାୟ ୧୦୦ ଏମଏଲ ବିଶିଷ୍ଟ ୮୦୦ଟି ସିରଫ ବୋତଲ ରହିଥିବା ନେଇ ସୂଚନା ମିଳିଥିଲା। ପରେ ଡ୍ରଗ୍ସ ଇନିସପେକ୍ଟର ଚିନ୍ମୟ କୁମାର ଜେନା ପୁଲିସର ସହଯୋଗରେ ଇରିଗେସନ କଲୋନିରେ ଚଢ଼ାଉ କରିଥିଲେ। ଏହାକୁ ଅନୁସରଣ କରିବାପରେ ଏହାର ଲିଙ୍କ ଜୟପୁର ପୌରପାଳିକା ସମ୍ମୁଖରେ ଗଣନାଥ ହୋମିଓ ମିଶଲେନି ଦୋକାନରେ ଚଢ଼ାଉ କରାଯାଇଥିଲା। ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଔଷଧ ପାଇବା ସହ ଏନେଇ ତଦନ୍ତ ଜାରି ରଖିଛନ୍ତି ପ୍ରଶାସନ। ତେବେ ଜୟପୁରରେ ବେଆଇନ ସିରଫ ବେପାର ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ଆଜି ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।
ତେବେ ଏତେ ସଂଖ୍ୟକ ଔଷଧ ସେ କାହିଁକି ତାଙ୍କ ଘରେ ଗଚ୍ଛିତ ରଖିଥିଲେ, ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ବିନା ଡାକ୍ତରଙ୍କର ପରାମର୍ଶରେ ଏହି ଦେକାନୀ ଔଷଧ ବକ୍ରି କରୁଥିବା ଜଣାପଡିଛି। ଏଥିରେ ୪୦ ପ୍ରତିଶତରୁ ଅଧିକ ଆଲକହଲ ରହିଥିବାବେଳେ ଏହାକୁ ନିଶା ଭାବେ ବ୍ୟବହାର କରାଯାଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା।