୬ ଦାଦନ ଶିଶୁ ଉଦ୍ଧାର, ୨ ଗିରଫ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଦାଦନ ଖଟିବାକୁ ଯାଉଥିବା ୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଛେଣ୍ଡିପଦା ବସଷ୍ଟାଣ୍ଡ ଅଂଚଳରେ ଏହି ଶିଶୁମାନେ ବୁଲାବୁଲି କରୁଥିଲେ। ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଟୁହିଲାମାଳ ଗ୍ରାମର ରାଜେଶ ଦେହୁରୀ(୨୨) ଓ କାଦୁଅପଡ଼ା ଗ୍ରାମର ନେପୋଲିୟନ ଦେହୁରୀ (୩୦) ଭଦ୍ରକ ଅଂଚଳର ଇଟାଭାଟିରେ କାମ କରିବା ପାଇଁ ନେଉଥିଲେ। ସେମାନେ ଭଦ୍ରକ ଅଭିମୁଖେ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ଥାନା ଏସ୍ଆଇ ବିଜୟ ସ୍ବାଇଁ ସେଠାରେ ପହଂଚି ଶିଶୂମାନଙ୍କୁ ଉଦ୍ଧାର କରିଥିଲେ। ଦୁଇ ଦଲାଲ ରାଜେଶ ଓ ନେପୋଲିୟନ ବିରୋଧରେ ମାମଲା ରୁଜୁ କରିଥିଲେ। ସେମାନଙ୍କୁ ଗିରଫ କରାଯାଇଛିି। ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ମଂଗଳ ସମିତି ଅଧ୍ୟକ୍ଷ ଦେବାଶିଷ ପଟ୍ଟନା‌ୟକ ଓ ବରିଷ୍ଠ ସଦସ୍ୟ ଭବାନୀଶଙ୍କର ଦାସ ସନ୍ଧ୍ୟା ହୋଇ ଯାଇଥିବାରୁ ସେମାନଙ୍କୁ ବାଜି ରାଉତ ଛାତ୍ରାବାସକୁ ପଠେଇ ଦେଇଛନ୍ତି। ପରେ ସେମାନଙ୍କୁ ଦେବଗଡ଼ ଜିଲ୍ଲା ଶିଶୁ ମଂଗଳ ସମିତିକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର