ବିଜେପି ନେତା ଓ କର୍ମୀ ମାଡ଼୍‍ପିଟ୍‌

ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳ ଗସ୍ତକୁ ନେଇ ଆଜି ସକାଳୁ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଥିଲା। ତାଙ୍କୁ ଭବ୍ୟ ସମ୍ବର୍ଧନା ଦେଇ ଗୋଟିଏ ପଟେ ଦଳୀୟ ନେତା ଓ ସାଂଗଠନିକ କାର୍ଯ୍ୟକର୍ତା ଅନୁଗୁଳ ସହରକୁ ପାଛୋଟି ଆଣିଥିବା ବେଳେ ଅନ୍ୟପଟେ ବିଜେପି କର୍ମୀଙ୍କ ମଧ୍ୟରେ ମାଡ଼୍‍ପିଟ୍‌ ଓ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା।

ସର୍କିଟ୍‌ ହାଉସ୍‌ ସମ୍ମୁଖରେ କୌଣସି କାରଣକୁ ନେଇ ଅପରାହ୍‌ଣରେ ଜିଲ୍ଲା ବିଜେପି ଉପ ସଭାପତି ସରୋଜ କୁମାର ଜେନା ଓ ବିଜେପି ସମର୍ଥକଙ୍କ ମଧ୍ୟରେ ବଚସା, ଠେଲାପେଲା ଦେଖିବାକୁ ମିଳିଥିଲା। ଏଭଳି ଘଟଣା ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର