କୋଇଲା ବୋଝେଇ ଟ୍ରକ୍ ଜବତ

ଛେଣ୍ଡିପଦା: ନିଶା ଥାନା ପରଙ୍ଗ ଗ୍ରାମ ନିକଟରୁ ପୁଲିସ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ ଜବତ କରିଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତିରେ ତାଳଚେର ଅଞ୍ଚଳରୁ ଏକ ଜାଲ ଚାଲାଣରେ ୧୭ ଟନ୍‌ କୋଇଲା ନେଇ ଏକ ଟ୍ରକ୍ (ଓଆର-୧୯-ସି-୩୫୪୫) ଅନୁଗୁଳ ଅାଡକୁ ଯାଉଥିଲା। ଯିବା ବାଟରେ ପରଙ୍ଗ ଗ୍ରାମ ନିକଟରେ ନିଶା ଥାନା ପୁଲିସ ଗାଡିକୁ ଅଟକ ରଖିବା ସମୟରେ ଟ୍ରକ୍ ଛାଡି ଚାଳକ ଫେରାର ହୋଇଯାଇଥିଲା। ଟ୍ରକରେ ଜାଲ ଚାଲାଣରେ ଚୋରା କୋଇଲା କାରବାର କରିଆସୁଥିବା ବେଳେ ସମାନ ନମ୍ୱରରେ ଜରପଡା ଥାନାରେ କିଛି ଦିନ ପୂର୍ବରୁ ଆଉଏକ ଟ୍ରକ ଜବତ ହୋଇଥିଲା। ଗାଡିକୁ ପୁଲିସ ଜବତ କରି ଘଟଣା ସଂପର୍କରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର