ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌; ସ୍ୱାମୀ ମୃତ, ପତ୍ନୀ ଗୁରୁତର

ବଅଁରପାଳ: ୧୪୯ ନମ୍ବର ଜାତୀୟ ରାଜପଥରେ ବଅଁରପାଳ ଥାନା ରିଲାଏନ୍‌ସ ପେଟ୍ରୋଲ୍‌ ପମ୍ପ ନିକଟରେ ଆଜି ରାତି ୭ଟାବେଳେ ଏକ ଟ୍ରକ୍‌ ପଛରେ ଗୋଟିଏ ମଟରସାଇକେଲ୍‌ ଧକ୍‌କା ହୋଇଥିଲା। ଫଳରେ କଲିୟରୀ ଥାନା ଜଗନ୍ନାଥପୁର ଗାଁର ଶରତ ଚନ୍ଦ୍ର ବେହେରାଙ୍କର ପ୍ରାଣହାନି ଘଟିଥିବାବେଳେ ତାଙ୍କ ପତ୍ନୀ ସଂଧ୍ୟାରାଣୀ ବେହେରା ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶରତ ଓ ସଂଧ୍ୟାରାଣୀ ଏକ ମଟରସାଇକେଲ୍‌(ଓଆର୍‌୧୪ୟୁ-୮୧୪୦)ରେ ଯିବାବେଳେ ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ (ଓଆର୍‌୧୪ୟୁ-୮୧୧୭) ପଛରେ ଧକ୍‌କା ହୋଇଥିଲେ। ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇ ବଅଁରପାଳର ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତି ହୋଇଥିଲେ। ସେଠାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଯୋଗୁଁ ରାତି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର