ମାର୍ଦ୍ଦିଙ୍ଗ୍‌ରେ ବନ୍ୟଜନ୍ତୁ ଉପଦ୍ରବରେ ଧାନ ଫସଲ ନଷ୍ଟ

ଚାରିଛକ: ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଅନ୍ତର୍ଗତ ମାର୍ଦ୍ଦିଙ୍ଗ ଗ୍ରାମରେ ମଙ୍ଗଳବାର ବଣୁଆ ହାତୀ ଏବ˚ ବାର‌୍‌ହାଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ମଙ୍ଗଳବାର ରାତିରେ ଏକ ବଣୁଆ ହାତୀ ପଲ ଆସି ମାର୍ଦ୍ଦିଙ୍ଗ ଗ୍ରାମର ବର୍ମନ ସେଠୀଙ୍କ ଧାନ ବିଲରେ ପଶି ଧାନ ମାଡ଼ି ଦଳି ଖାଇବା ସହିତ ନଷ୍ଟ କରିଛନ୍ତି। ବଣୁଆ ବାର‌୍‌ହା ପଲଙ୍କ ଉପଦ୍ରବରେ ଉକ୍ତ ଗ୍ରାମର ଅନ୍ତର୍ଯ୍ୟାମୀ ଜାନୀଙ୍କ ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ମାଧପୁର ରେଞ୍ଜର କରଡ଼ାକୋଠା ବିଟ ଦାୟିତ୍ବରେ ଥିବା ଫରେଷ୍ଟ ଗାର୍ଡ ଭକ୍ତବତ୍ସଳ ମଲ୍ଲିକ ପ୍ରମୁଖ ଘଟଣାର ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କ କାଗଜପତ୍ର ପରେ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ମାଧପୁର ରେଞ୍ଜର ଭରତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର