ମଦ, ପୋଚ ଜବତ, ୫ ଗିରଫ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗ ଏବଂ ଇଆଇ ଆଣ୍ଡ ଇବି ସମ୍ବଲପୁର ପକ୍ଷରୁ ମିଳିତ ଭାବରେ ପାଟଣାଗଡ ବ୍ଲକ ଅଂଚଳର ରେଙ୍ଗାଲି ଓ ଛେଲଖାଇ ଗାଁରେ ଚଢଉ କରାଯାଇଛି। ଚଢଉ ବେଳେ ୧୭୬ ଲିଟର ମଦ ଓ ୪୭୦ କେଜି ମହୁଲ ପୋଚ ଜବତ କରାଯାଇଯାଇ ଜଣେ ମହିଳାଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ କ୍ଷୀରଧର ମହାନନ୍ଦ, ତ୍ରିଲୋଚନ ତାଣ୍ଡି, ଗୌରୀ ତାଣ୍ଡି, ଛେଲଖାଇ ଗାଁର ସୁରେଶ ଧରୁଆ, ଯୋଗେନ୍ଦ୍ର ବରିହା। ୫ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଡେପୁଟି କମିସନର ଦିଲୀପ ନାଗ, ଅଧୀକ୍ଷକ ଶ୍ରୀକର ମାଝୀ ଓ ଇଆଇ ଆଣ୍ଡ ଇବିର ଅଧିକାରୀଙ୍କ ନେତୃତ୍ୱରେ ଚଢଉ ହୋଇଥିଲା। ଟିମ ରେଙ୍ଗାଲି ଗାଁର କ୍ଷୀରଧର ପାଖରୁ ୧୨୦ କେଜି ପୋଚ ଓ ୧୦ ଲିଟର ରନ୍ଧା ମଦ ଜବତ କରିଥିଲା। ସେହି ଗାଁର ତ୍ରିଲୋଚନ ପାଖରୁ ୯୦ ଲିଟର ରନ୍ଧା ମଦ ଓ ଗୌରୀ ପାଖରୁ ୬ଲିଟର ରନ୍ଧା ମଦ ଜବତ କରିଥିଲା। ଛେଲଖାଇ ଗାଁର ସୁରେଶ ପାଖରୁ ୨୦ ଲିଟର ରନ୍ଧା ମଦ ଓ ଯୋଗେନ୍ଦ୍ର ପାଖରୁ ୫୦ଲିଟର ମଦ ଜବତ କରାଯାଇଥିଲା। ଜଙ୍ଗଲରେ ମହୁଲ ଲୁଚାଯାଇଥିବା ଖବର ପାଇ ଟିମ ଜଙ୍ଗଲରୁ ୩୫୦ କେଜି ମହୁଲ ଜବତ କରିଥିଲା। ଚଢଉରେ ଆସି‌ଷ୍ଟାଣ୍ଟ ସବ କଲେକ୍ଟର ଯୁଗଲ କିଶୋର ବିଶ୍ୱାଲ, ଅବକାରୀ ମୋବାଇଲ ସ୍କ୍ୱାଡ, ପାଟଣାଗଡ ଅବକାରୀ ବିଭାଗ ଅଧିକାରୀ ଅନ୍ନପୂର୍ଣ୍ଣା ରଥ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର