ବାଲେଶ୍ୱର: ଢ଼େରଦିନ ପରେ ସ୍ୱାମୀ ଘରକୁ ଫେରିବାରୁ ପତ୍ନୀ ଥିଲେ ଖୁସି, ମୋବାଇଲ ଦେଖିବା ପରେ ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଗଲା

ବାଲେଶ୍ୱର: ବାଲେଶ୍ୱର ସହଦେବ ଖୁଣ୍ଟା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘରେ ପତ୍ନୀଙ୍କୁ ରଖି ଜଣେ ବ୍ୟକ୍ତି ଭୁବନେଶ୍ୱର ଜଣେ ଯୁବତୀଙ୍କ ସହ ଅନେକ ବର୍ଷ ହେବ ରହୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ବାଲିପାଳ ଗ୍ରାମର ଶ୍ରୀଧର ଜେନାଙ୍କ କନ୍ୟା ପ୍ରମୋଦିନୀ ପ୍ରଧାନ ଯାଜପୁର ଟାଉନ୍‌ ଆନ୍ଦଳା ଗାଁର ପ୍ରମୋଦ ପ୍ରଧାନଙ୍କ ପୁଅ ପ୍ରବୀର ପ୍ରଧାନଙ୍କୁ ବିବାହ କରିଥିଲେ। ପ୍ରବୀର ବାଲେଶ୍ୱରରେ ଟେଲିଫୋନ୍‌ ଫିଲ୍ଡ ମ୍ୟାନେଜର ଭାବେ କାମ କରନ୍ତି। ତେଣୁ ସେ ସହଦେବ ଖୁଣ୍ଟାଠାରେ ଏକ ଭଡ଼ା ଘର ନେଇ ରହୁଥିଲେ। ତେବେ ପ୍ରବୀର ୨୦୧୫ରୁ ଘରକୁ ଆସନ୍ତି ନାହିଁ ବୋଲି ତାଙ୍କ ପରିବାରଲୋକ କହିଥିଲେ। ଏନେଇ ପ୍ରବୀରଙ୍କୁ ପଚାରିବାରୁ ସେ କାମରେ ବ୍ୟସ୍ତ ଥିବାରୁ ଯାଇ ପାରୁ ନାହିଁ ବୋଲି କହିଥିଲେ। ଢ଼େର ଦିନ ପରେ ପ୍ରବୀର ଘରକୁ ଆସିଥିଲେ। ପତ୍ନୀ ପ୍ରମୋଦିନୀ ସ୍ୱାମୀଙ୍କୁ ଏତେ ଦିନ ପରେ ପାଖରେ ପାଇି ଖୁସିରେ ଆତ୍ମବିହେ୍ଵାର ହୋଇପଡ଼ିଥିଲେ। କିନ୍ତୁ ଅଜଣାତରେ ସ୍ୱାମୀଙ୍କ ଫୋନ୍‌ ଖୋଲୁଖୋଲୁ ଅନ୍ୟ ଜଣେ ଯୁବତୀଙ୍କ ରେକର୍ଡଂ ଓ ଫଟୋ ପାଇଥିଲେ। ଏହାପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଯାଇଥିଲା।

ଏହି ଯୁବତୀ ଭୁବନେଶ୍ୱରରେ ରୁହନ୍ତି। ପ୍ରବୀର ତାଙ୍କୁ ଏଇକିଛି ଦିନ ହେବ ବାଲେଶ୍ୱରର ସହଦେବ ଖୁଣ୍ଟା ଅଞ୍ଚଳରେ ରହୁଥିବା ନିଜ ଭଡ଼ା ଘରକୁ ଆଣି ରଖିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସାଙ୍କେତିକ ଫଟୋ

ତେବେ ପୂର୍ବରୁ ପ୍ରବୀର ଛାଡ଼ପତ୍ର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହି କଥା ତାଙ୍କ ପରିବାରଲୋକ ଜାଣିବା ପରେ କାହିଁକି ବୋହୂକୁ ଛାଡପତ୍ର ଦେବାକୁ ଚାହୁଁଛୁ ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ସମୟ ଆସିଲେ ଜାଣିବ। ତେବେ ପ୍ରମୋଦିନୀଙ୍କ ଭାଇ ଛାଡ଼ପତ୍ର ନହୋଇ କିପରି ପ୍ରବୀର ଅନ୍ୟ ଯୁବତୀଙ୍କୁ ପାଖରେ ଆଣି ରଖିଥିଲା ସେନେଇ ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଅନୁଯାୟୀ ପୁଲିସ ପ୍ରବୀରକୁ ଡକାଇ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା।

ତେବେ ପ୍ରବୀରକୁ ଛାଡ଼ି ଦେବା ପରେ ପ୍ରମୋଦିନୀଙ୍କ ପରିବାରଲୋକ କିପରି ପୁଲିସ ପ୍ରବୀରକୁ ଛାଡ଼ି ଦେଲେ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ପ୍ରବୀର ଓ ପ୍ରମୋଦିନୀଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଥିବାରୁ ଆମେ ଏନେଇ କିଛି କରି ପାରିବୁ ନାହିଁ ପୁଲିସ ସ୍ପଷ୍ଟ ଭାବେ ମନା କରିଦେଇଥିଲା।

ସମ୍ବନ୍ଧିତ ଖବର