ଟ୍ରକ୍‌ ମାଲିକ ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ : ୭ ଜଣ ସାମିଲ; ସାମସନ୍‌ ହତ୍ୟାକାରୀ 

ବାଲେଶ୍ୱର : ବାଲେଶ୍ୱର ସହରର ଫିରିଙ୍ଗିପାଟଣାରେ ଟ୍ରକ୍‌ ମାଲିକ ମାନସ ଦାସ ଫତେସିଂଙ୍କ ହତ୍ୟାା ଘଟଣାର ୧୨ ଦିନ ପରେ ସହଦେବଖୁଣ୍ଟା ଥାନା ପୁଲିସ ଆଜି ଏହାର ପର୍ଦ୍ଦାଫାସ୍‌ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜର ୬ ଜଣ ସହଯୋଗୀଙ୍କ ସହ ସାମସନ୍‌ ମହାପାତ୍ର ଓରଫ୍‌ ରାଜୁ ହିଁ ମାନସକୁ ଗୁଳି କରି ହତ୍ୟା କରିଛି ବୋଲି ପୁଲିସ ପ୍ରକାଶ କରିଛି। ଗିରଫ ଅଭିଯୁକ୍ତ ହେଉଛି ସ୍ଥାନୀୟ ବାଲିଆ ଅଞ୍ଚଳର ଜନି ଓରଫ୍‌ ପ୍ରଶାନ୍ତ ବେହେରା(୩୧)। ତେବେ ସାମସନ୍‌ ଓ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୫ ଜଣ ଏବେବି ଫେରାର ରହିଛନ୍ତି।

ସେପ୍‌ଟେମ୍ବର ୧ ତାରିଖ ରାତିରେ ମାନସ ଦାସ ଫତେସିଂଙ୍କୁ କିଛି ଦୁବୃର୍ତ୍ତ ଗୁଳି ମାରି ଫେରାର ହୋଇ ଯାଇଥିଲେ। ପୁଲିସ ପହଞ୍ଚି ମାନସଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ୩ ବାଇକ୍‌ ଓ ଗୋଟିଏ ସ୍କୁଟି ବ୍ୟବହାର କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ନୀଳଗିରିରେ ଲୁଚିଥିବା ଜନି ପୁଲିସ ହାତରେ ଧରା ପଡ଼ିଥିଲା। ଜନି ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ବିଭିନ୍ନ ସମୟରେ ରାଜୁ ଓରଫ୍‌ ସାମସନ୍‌ ମହାପାତ୍ର ଓ ମାନସଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଓ ଅନ୍ୟାନ୍ୟ କାରଣକୁ ନେଇ ଝଗଡ଼ା ହେଉଥିଲା। ଆଉ ଏହି କାରଣରୁ ମାନସଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ସାମସନ୍‌ ଯୋଜନା କରିଥିଲା।

ସମ୍ବନ୍ଧିତ ଖବର