କେନାଲ କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବରଗଡ଼: ବର୍ଡୋଲ ପିପଲିପାଲି ଅନ୍ତର୍ଗତ କେନାଲ ପଡ଼ା ନିକଟସ୍ଥ କେନାଲ କଡ଼ରୁ ଜଣେ ଜୀବନ୍ତ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟି ଦିନେ ଦୁଇ ଦିନ ତଳେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। କେନାଲ ବାଟ ଦେଇ ଯାଉଥିବାବେଳେ ଶ୍ରୀରାମ ବାରିକ ଏବଂ ତାଙ୍କ ବନ୍ଧୁମାନେ ଅଳିଆ ଗଦା ଭିତରେ ଶିଶୁପୁତ୍ରକୁ ଦେଖିବାକୁ ପାଇଥିଲେ। ତାକୁ ଉଦ୍ଧାର କରି ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଶିଶୁ ଓ୍ଵାର୍ଡରେ ତାକୁ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ତେବେ ଶିଶୁପୁତ୍ରଟି କାହାର ତାକୁ ନେଇ କିଛି ସୁରାକ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର