ମନ୍ତେଇ ନଦୀରେ ଡଙ୍ଗାବୁଡ଼ି ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ମନ୍ତେଇ ନଦୀରେ ସୋମବାର ଡଙ୍ଗାବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ମାଛଧରି ପରିବାର ଚଳାଉଥିବା ସରଦିଆ ପଞ୍ଚାୟତ ଅଧିନ ଶୈଳେନ୍ଦ୍ରପଲ୍ଲୀ ଗାଁର ରାମଚନ୍ଦ୍ର ଜେନାଙ୍କ ସାନ ପୁଅ ତପନ ଜେନା ଅପରାହ୍ନ ୪ଟାରେ ମନ୍ତେଇ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ୧୫ରେ ଅଚାନକ ବଜ୍ରପାତ ହେବାରୁ ତପନ ଚମକି ପଡ଼ିଥିଲେ। ଏଥିରେ ତାଙ୍କର ଡଙ୍ଗାଟି ବୁଡ଼ି ଯାଇଥିବାରୁ ସେ ମଧ୍ୟ ନିଖୋଜ ଅଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତିରେ ଗାଁ ଲୋକେ ନଦୀର ଏପାଖ ସେପାଖ ଖୋଜୁଥିଲେ ମଧ୍ୟ ତପନଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ। ତପନଙ୍କ ପରିବାର କହିଲେ ତାଙ୍କ ବାପା-ମା’, ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇଟି ଝିଅ।

ଗାଁଲୋକଙ୍କ କହିବା ଅନୁସାରେ ତପନ ଅନ୍ୟଦିନ ଭଳି ଆଜି ମଧ୍ୟ ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାତ୍ର ପ୍ରାୟ ୪ଟା ୧୫ରେ ନଦୀରେ ପହଞ୍ଚିବା ପରେ ବଜ୍ରପାତର ଶିକାର ହୋଇଥିଲେ। ତପନକୁ ଖୋଜିବା ପାଇଁ ଆମେ ଗ୍ରାମବାସୀ ଘଣ୍ଟାଏ ଧରି ଖୋଜାଖୋଜି କରିଥିବା ବେଳେ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ ମନ୍ତେଇ ନଦୀ ହେଉଛି ବୈତରଣୀର ଏକ ଉପନଦୀ। ଏହି ନଦୀରେ ବର୍ଷସାରା ଗଭୀର ଜଳ ଥାଏ।

ସମ୍ବନ୍ଧିତ ଖବର