ପୁଣି ନକଲି ଜର୍ଦ୍ଦା କାରଖାନା ଠାବ, ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ପୁରୁଣାବଜ଼ାର ପୁଲିସକୁ ଗୁରୁବାର ପୁଣି ଥରେ ବଡ଼ ସଫଳତା ମିଳିଛି। ପୁଲିସ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିବା ସହିତ ମାତ୍ରାଧିକ ପରିମାଣରେ ନକଲି ଜର୍ଦ୍ଦା ଜବତ କରିଛି। ଏହି ଘଟଣାରେ ସୁଲତାନ ନଗର ନିବାସୀ ତଥା ମାଲିକ ଶେଖ୍‌ ଇସଲାମ୍‌ ଖାନ୍‌କୁ ପୁଲିସ ଗିରଫ କରିଛି। ନକଲି ଜର୍ଦ୍ଦାର ପେଣ୍ଠସ୍ଥଳୀ ପାଲଟିଥିବା ପୁରୁଣାବଜ଼ାର ଛଡ଼ାକ ମହଲା ଅଂଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ଜବତ ହୋଇଥିବା ନକଲି ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି।

ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଲୋଗୋ ଏବଂ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ପୂର୍ବରୁ ମଧ୍ୟ ଭଦ୍ରକ ପୁରୁଣାବଜାର ଅଞ୍ଚଳରୁ ନକଲି ଜର୍ଦ୍ଦା ଜବତ କରାଯାଇଛି। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁରୁଣାବଜ଼ାର ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ପୁଲିସ ଟିମ ସହିତ ଛଡ଼ାକ ମହଲାରେ ଅତର୍କିୀତ ଭାବରେ ନକଲି କାରଖାନା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ନକଲି ଜ଼ର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ଜିନିଷ ଜବତ କରିଛି।

ସୂଚନାଯୋଗ୍ୟ ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନାରୁ ବଦଳି ହୋଇ ଆସିଥିବା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ଏହା ହେଉଛି ୪ର୍ଥ ଚଢ଼ାଉ। ପୂର୍ବରୁ ସେ ବିଗତ ୩ ମାସ ମଧ୍ୟରେ ୩ ଟି କାରଖାନାରେ ଚଢ଼ାଉ କରି ବ୍ୟାପକ ପରିମାଣରେ ଜର୍ଦ୍ଦା ଜବତ କରିଥିଲେ।

ସମ୍ବନ୍ଧିତ ଖବର