କନ୍ଧମାଳ: ଖମଣଖୋଲରେ ଫୁଟିଲା ପ୍ରେସର ବୋମା, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ ଓ ଗାଈ ଗୋରୁ

ଫୁଲବାଣୀ: କନ୍ଧମାଳ ପୁଲିସ ନିକଟରେ ଶନିବାର ମହିଳା ମାଓବାଦୀ ପିଙ୍କ ଆତ୍ମସମର୍ପଣ କରିଥିବା ବେଳେ ମାଓବାଦୀମାନେ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ। ବାଲିଗୁଡା ଥାନା ଖମରଖୋଲ ପଞ୍ଚାୟତ ନିକଟ ସିଆରପିଏଫ କ୍ୟାମ୍ପ ନିରୁପଣ ସ୍ଥାନରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ଫୁଟିଛି। ଏଥିରେ ଗ୍ରାମବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ସକାଳେ ସେହି ବାଟ ଦେଇ ଗାଈ-ଗୋରୁ ପଲ ଚରିବାକୁ ଜଙ୍ଗଲକୁ ଯାଉଥିଲେ। ସାଙ୍ଗରେ ଗାଈ ଚରାଳି ବି ଥିବା ବେଳେ ବହୁ ଗ୍ରାମବାସୀ ବି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଉପସ୍ଥି୍‌ତ ରହି ନିର୍ବାଚନ ସମ୍ପର୍କରେ ଆଲୋଚନା ଚଳାଇଥିଲେ। ଏହି ସମୟରେ ପ୍ରେସର ବୋମା ଫୁଟିଥିଲା। ସମସ୍ତେ ଛିନଛତ୍ର ଦେଇ ସେଠାରୁ ଦେଡିଥିଲେ। ଗାଈ ଗୋରୁ ବି ଛତ୍ରଭଙ୍ଗ ଦେଇ ଦୌଡି ଥିଲେ।

କିଛି ସମୟ ପାଇଁ ସେଠାରେ ଭୟର ଆତଙ୍କ ଖେଳି ଯାଇଥିଲା। ସେଠାରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ମାଓବାଦୀ ପ୍ରେସର ବେମା ଖଂଜିଥିବା କଥାକୁ ଏସପି ପ୍ରତୀକ ଗୀତା ସିଂ ସ୍ୱୀକାର କରିଛନ୍ତି। ଘଟଣା ପରେ ପୁଲିସ ସେଠାକୁ ଯାଇଛି। ଅପରେସନକୁ ଜୋରଦାର କରାଯାଇଛି ବୋଲି ପୁଲିସ କହିଛି। ନିର୍ବାଚନକୁ ଭଣ୍ଡୁର କରିବା ନିମନ୍ତେ ମାଓବାଦୀ ବିଭିନ୍ନ ଯୋଜନା ଚଳାଇଥିବା ବେଳେ ଏହାକୁ କନ୍ଧମାଳ ପୁଲିସ କିଭଳି ମୁକାବିଲା କରୁଛି ଦେଖିବାର କଥା।

ସମ୍ବନ୍ଧିତ ଖବର