କାର ଓଲଟି ବାପ-ପୁଅ ମୃତ, ଶାଶୁ-ବୋହୂ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜିବାହାଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ବାଞ୍ଜିବାହାଲ ନିକଟରେ କାର ଓଲଟି ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛି। ମୃତ୍ୟୁ ହୋଇଥିବା ଦୁଇଜଣ ବାପା-ପୁଅ ଥିବା ବେଳେ ଶାଶୁ-ବୋହୂ ଦୁଇଜଣ ଗୁରୁତର ଅଛନ୍ତି। ସ୍ଥାନୀୟଲୋକେ ଦୁର୍ଘଟଣାସ୍ଥଳରୁ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏମାନେ ସମସ୍ତେ ଛତିଶଗଡ଼ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର