ଖୋର୍ଦ୍ଧା: ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର, ମହିଳା ମୃତ, ୪ ଗୁରୁତର

ଖୋର୍ଦ୍ଧା: ଆଜି ସକାଳେ ଫୁଲବାଣୀରୁ କଟକ ଯିବା ବାଟରେ ଏକ କାର ରାସ୍ତା କଡ଼ରେ ଥିବା ଏକ ଇଲେକ୍‌ଟ୍ରିକ୍‌ ପୋଲରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏଥିରେ ଆଉ୪ ଜଣ ଗୁରୁତର ଭାେବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନାରୋ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ଫୁଲବାଣୀରୁ ଗୋଟିଏ ପରିବାର ଓଡି ୦୨ ଏକେ ୫୫୮୬ ନମ୍ବର ବିଶିଷ୍ଟ ଏକ କାରରେ ଫୁଲବାଣୀରୁ କଟକ ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ନିକଟରେ ଏକ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟ ସହିତ ଖୁବ୍‌ ଜୋରରେ ଧକ୍କା ଖାଇଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ମନ୍ଦାକିନି ଜାଇଗୌଡ଼ିଆଓ ତାଙ୍କ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଜଗରଗାଡ଼ିଆ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ, ଦମକଳ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର