ଓଡ଼ିଶା-ଆନ୍ଧ୍ର ସୀମାରେ ମାଟି ଅତଡ଼ା ଖସିବାରୁ ଯାତାୟତ ପ୍ରଭାବିତ

ପଟାଙ୍ଗି: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ସାଲୁର ଘାଟୀରେ ରବିବାର ମାଟି ଅତଡା ଖସିବାରୁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିବା ପରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଫସିରହିଛି।

ସମ୍ବନ୍ଧିତ ଖବର