ରାଜନଗର: ଗାଧୋଉଥିବା ବେଳେ ୧୪ ବର୍ଷର ବାଳକକୁ ଟାଣି ନେଲା କୁମ୍ଭୀର

ରାଜନଗର: କୁମ୍ଭୀର ଆତଙ୍କରେ ଆତଙ୍କିତ ରାଜନଗରବାସୀ। ଆଜି ସକାଳେ ନଦୀରେ ଗାଧୋଉଥିିବା ବେଳେ ଜଣେ ୧୪ ବର୍ଷୀୟ ବାଳକଙ୍କୁ କୁୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି। ଖବର ପାଇ ଅଗ୍ନିଶମ ବିଭାଗ, ବନ ବିଭାଗର କର୍ମଚାରୀମାନେ ନଦୀକୂଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ କୁମ୍ଭର ଟାଣି ନେଇଥିବା ବାଳକଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ମାତ୍ର ଇତିମଧ୍ୟରେ ୧ ଘଣ୍ଟା ଅତିବହିତ ହୋଇ ସାରିଥିବା ବେଳେ ବାଳକଙ୍କର କୌଣସି ପତ୍ତା ମିଳି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଜନଗର ଥାନା ଅନ୍ତର୍ଗତ ଡିଆପାରି ଗାଁର ବିଚିତ୍ର ସେଠୀଙ୍କ ୧୪ ବର୍ଷୀୟ ପୁଅ ଶ୍ରୀକାନ୍ତ ସେଠୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ଏକ କୁମ୍ଭର ହଠାତ ତାଙ୍କୁ ଝାମ୍ପ ମାରି ଧରି ନେବା ସହିତ ନଦୀ ଭିତରକୁ ଟାଣି ନେଇଥିଲା। ନଦୀକୁଳରେ ଥିବା ଲୋକେ ଏହା ଦେଖି କୁମ୍ଭୀର ଠାରୁ ଶ୍ରୀକାନ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରି ନ ଥିଲେ। ଶ୍ରୀକାନ୍ତଙ୍କ ମାଆ ଓ ପରିବାର ଲୋକଙ୍କ ବୁକୁଫଟା କାନ୍ଦରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇଉଠିଛି। ତେବେ ବନବିଭାଗ ନଦୀର ଗାଧୁଆ ତୁଠରେ ସୁରକ୍ଷା ବାଡ଼ ଦେଉ ନ ଥିବାରୁ ଲୋକେ କୁମ୍ଭୀରମାନଙ୍କ ଶିକାର ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର