ଆସିଲେନି କେହି ଦାବିଦାର, ଡାକ୍ତରଖାନାରୁ ବୃଦ୍ଧାଙ୍କ ମୃତଦେହକୁ ଆଳିଆ ବୋଝେଇ ଟ୍ରଲିରେ ବୁହାଗଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ତୁଡିଗଢ଼ିଆ ବେଇନା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ଗତ ଶୁକ୍ରବାର ଜଣେ ବୃଦ୍ଧା ଅତି ଗୁରୁତର ଅବସ୍ଥାରେ ତୁଡିଗଢ଼ିଆ ବେଇନା ଛକ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟଲୋକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ବୃଦ୍ଧାଙ୍କୁ ରାସ୍ତାରୁ ଉଦ୍ଧାର କରି ସୋର ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୃଦ୍ଧାଙ୍କ ଚିକିତ୍ସା କରି ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ବୃଦ୍ଧାଙ୍କ ପରିଚୟ ମିଳି ନଥିବାରୁ ଡାକ୍ତରଖାନାରେ ତିନିଜଣ ଧରି ପଡ଼ି ରହିଥିଲେ। ତାଙ୍କର କେହି ଦାବିଦାର ମଧ୍ୟ ଆସି ନଥିଲେ କି ବୃଦ୍ଧାଙ୍କୁ ଖୋଜି ନଥିଲେ। ଏହାପରେ ସୋର ପୁଲିସ ବୃଦ୍ଧାଙ୍କ ମୃତଦେହକୁ ସୋର ପୌରପାଳିକାଙ୍କୁ ହସ୍ତାନ୍ତର କରିଥିଲା।  ପୌରପାଳିକା କର୍ମଚାରୀ ବୃଦ୍ଧାଙ୍କୁ ଆଳିଆ ବୋଝେଇ ଟ୍ରଲିରେ ଡାକ୍ତରଖାନରୁ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର