ଯୁୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରେ ଏକ ଘର ସମ୍ମୁଖରୁ ରାମକୃଷ୍ଣ ଶତପଥୀ (୩୭) ନାମକ ଜଣେ ବିବାହିତ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଉଲୁଣ୍ଡା ବ୍ଲକ ଜମ୍ଭାଲିପାଲି ଗାଁର ରାମକୃଷ୍ଣ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ବ୍ୟକ୍ତିଙ୍କ ସହିତ ଘରୁ ବାହାରି ଆଉ ଫେରି ନ ଥିଲେ। ବୁଧବାର ସକାଳେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ କେହି ହତ୍ୟା କରି ଥାଇ ପାରନ୍ତି ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି। ଖବର ପାଇ ପୁଲିସ ଶବ ଜବତ କରିଛି। ବୀରମହାରାଜପୁର ଥାନା ୟୁଡି କେସ ନଂ-୩/୨୦୧୭ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର