ସେଲ୍‌ଟର ହୋମରେ ଯୌନ ନିର୍ଯାତନା ମାମଲା: ସଂସ୍ଥାର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ଜାମିନ୍‌ ଆବେଦନ ଖାରଜ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ସେଲଟର୍‌ ହୋମ୍‌ ‘ଗୁଡ଼ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ଜାମିନ ଆବେଦନକୁ ବୁଧବାର କୋର୍ଟ ଖାରଜ କରି ଦେଇଛନ୍ତି। ଫୟାଜଙ୍କ ବିରୋଧରେ ସେଲ୍‌ଟର ହୋମ୍‌ରେ ଧର୍ମାନ୍ତରୀକରଣ ଏବଂ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନ୍‌ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ ଗିରଫ ହେବା ପରେ ସେଲ୍‌ଟର ହୋମ୍‌ର ମୁଖ୍ୟ ଫୟାଜ ରେହମାନ୍‌ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ଅବଧି ଚଳିତ ମାସ ୭ତାରିଖରେ ଶେଷ ହେବା ପରେ ରେହମାନ୍‌ଙ୍କୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ନେଇଥିଲା। ସେଲ୍‌ଟର ହୋମ୍‌ରେ ଅନ୍ତେବାସିନୀମାନଙ୍କ ସହିତ ଅସଦାଚରଣ ମାମଲାରେ ଫାୟାଜ୍‌ ରେହମାନ୍‌ ଓରଫ ଡାଡିଙ୍କୁ ସଦର ଥାନା ପୁଲିସ୍‌ ଗତ ୪ ତାରିଖରେ ରିମାଣ୍ଡରେ ପ୍ରଥମ ଥର ପାଇଁ ୨ ଦିନିଆ ରିମାଣ୍ଡରେ ନେଇଥିଲା।

୫ ତାରିଖରେ ଶେଷ ହେବା ପରେ ପୁଲିସ ଫାୟାଜଙ୍କ ଠାରୁ ଅନେକ କଥା ଜାଣିବାର ବାକି ରହି ଯାଇଥିଲା। ଏହା ପରେ ରେହମାନ୍‌ଙ୍କୁ ଅଧିକ ଆଉ ଦୁଇ ଦିନ ରିମାଣ୍ଡ ନେବାକୁ ପୁଲିସ ସ୍ୱତନ୍ତ୍ର ପକ୍ସୋ ଅଦାଲତରେ ଆବେଦନ କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ରେହମାନ୍‌ ପୁଣି ଥରେ ୨ ଦିନିଆ ରିମାଣ୍ଡରେ ଯାଇଥିଲା।

ସମ୍ବନ୍ଧିତ ଖବର