ଢେଙ୍କାନାଳ: ଅସୁରବନ୍ଧରେ ଘରପୋଡି, ଲକ୍ଷାଧିକ ସଂପତି ନଷ୍ଟ

ଭୁବନ: ଭୂଷଳ ପଚାଂୟତର ଅସୁରବନ୍ଧ ଗ୍ରାମ ବ୍ରାହ୍ମଣ ସାହିରେ ଅଗ୍ନିକାଣ୍ଡ ଘଟି ୬ ଟି ପରିବାରର ୧୧ ବଖରା ଘର ପୋଡି ପାଉଁଶ ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ଯୋଗୀନାଥ ମିଶ୍ର, ଅର୍ଜୁନ ମିଶ୍ର, ପ୍ରଦୀପ ମିଶ୍ର, ବିନୟ ମିଶ୍ର, ବିଭୁ ମିଶ୍ର, ଜ୍ୟୋତିଶଙ୍କର ମିଶ୍ରଙ୍କ ଘର ସଂପୁର୍ଣ୍ଣ ପୋଡିଯାଇଛି । ଯୋଗୀନାଥଙ୍କ ପରିବାର ରାତି ଭୋଜନ ପରେ ଶୋଇଥିଲେ । ରାତ୍ରିରେ ପରିସ୍ରା ଉଠିଥିବା ଯୋଗୀନାଥଙ୍କ ସ୍ତ୍ରୀ ଦେଖିବାକୁ ପାଇଥିଲେ ଘରେ ନିଅାଁ ଲାଗିଛି । ଏହା ପରେ ଅଗ୍ନସମ ବିଭାଗକୁ ସୂଚନା ଦିଆଯାଇଥିଲା। ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଭୁବନ ଦମକଳ ବାହିନୀ ସୂଚନା ଦେଇଛି।

ଅଗ୍ନିସମ ବିଭାଗର କର୍ମଚାରୀମାନେ ପ୍ରଥମେ ଆସବାବପତ୍ରକୁ ଉଦ୍ଧାର ନକରି ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଯୋଗୀନାଥ ମିଶ୍ର ଜଣେ ବୟସ୍କ ବ୍ୟକ୍ତି । କୁପୋଷଣର ଶିକାର ହୋଇସଦସର୍ବଦା ରୋଗିଣା ଅବସ୍ଥାରେ କାଳତିପାତ କରନ୍ତି । ଅର୍ଜୁନ ମିଶ୍ର ଯୋଡା ଅଚଂଳରେ ବେସରକାରୀ କଂପାନୀରେ କାମ କରନ୍ତି । ପ୍ରଦୀପ ମିଶ୍ର ସିକୁରିଟ ଗାର୍ଡ ଭାବେ କାମ କରନ୍ତି । ବିନୟ ଓ ବିଭୁ ସେଲସମ୍ୟାନ ଭାବେ କାମ କରୁଥିବାରୁ ଘରଠାରୁ ବାହାରେ ରହନ୍ତି । ଜ୍ୟୋତିଶଙ୍କର ମଧ୍ୟ ଗାଁ ବାହାରେ କାମ କରି ପରିବାର ପୋଷଣ କରନ୍ତି ।

ପୁରୁଷ ଲୋକ ଘରରେ ନଥିବାରୁ ଘରର କୈଣସି ଜିନିଷକୁ ଉଦ୍ଧାର କରିପାରି ନ ଥିଲେ ବୋଲି ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର