ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ପଡ଼ି ଚାଷୀ ମୃତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ବ୍ଲକ୍‌ରେ ଆଜି ସକାଳୁ ଧାନବିଲରୁ ଗୋପୀନାଥପୁର ଗ୍ରାମର ଜଣେ ଚାଷୀଙ୍କ ମୃତଦେହ ମିଳିଛି। ମୃତ ଚାଷୀଙ୍କ ନାମ ନବକିଶୋର ପ୍ରଧାନ(୪୫) ବୋଲି ଜଣାପଡ଼ିଛି।

ଧାନବିଲରେ ନବକିଶୋର ପ୍ରଧାନଙ୍କ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ପ୍ରାଥମିକ ତଦନ୍ତରୁ ପ୍ରକାଶ, ଗତକାଲି ଜନ୍ତୁ ଶିକାର ପାଇଁ ଦୁର୍ବୃତ୍ତମାନେ ୧୧ କେଭି ବିଦ୍ୟୁତ ଲାଇନରୁ ବିଦ୍ୟୁତ ଲାଇନରୁ ଜିଆଇ ତାର ସଂଯୋଗ କରି ୭୦ ମିଟର ଦୂର ପର୍ଯ୍ୟନ୍ତ ବିଛେଇଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ଗୋପୀନାଥପୁର ଗ୍ରାମର ନବକିଶୋର ବାଇକରେ ସାଥିରେ ଜଣଙ୍କୁ ଧରି ଧାନ ଫସଲ ଜଗିବାକୁ ଯାଇଥିଲେ । ଏହି ସମୟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସରେ ନବକିଶୋର ପଡ଼ି ଯାଇଥିଲେ। ଏହାପରେ ଧାନ ବିଲରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ସକାଳେ ଖବରପାଇ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ  ଚଳାଇଛନ୍ତି।

ସମ୍ବନ୍ଧିତ ଖବର