ଓଡ଼ାପଡ଼ା: ହାତୀ ଆକ୍ରମଣରେ ମହିଳା ମୃତ

ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ କୁଆାଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଉଛନ୍ତି ସତ୍ୟଭାମା ସ୍ୱାଇଁ(୫୮ ବର୍ଷ)। ଖବରପାଇ ପୁଲିସ ଓ ବନବିଭାଗକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସତ୍ୟଭାମା ସ୍ୱାଇଁ ଶୌଚ ହେବା ପାଇଁ ଯାଉଥିିବା ବେଳେ ଗାଁ ମୁଣ୍ଡରେ ଏକ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ଗୋଟିଏ ହାତୀ ଶ୍ରୀମତୀ ସ୍ୱାଇଁଙ୍କୁ ଶୁଣ୍ଢରେ ଟେକି ଗାଁ ଦାଣ୍ଡରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସତ୍ୟାଭାମାଙ୍କ ମୃତ୍ୟୁର କିଛି ସମୟ ପରେ ହାତୀପଲ୍ଲ ସ୍ଥାନ ଛାଡ଼ି ଚାଲିଯିବାରୁ ଗାଁ ଲୋକ ତାଙ୍କ ପାଖରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ସତ୍ୟଭାଙ୍କର ମୃତ୍ୟୁ ଘଟିିସାରିଥିଲା। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ହାତୀ ଘଉଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର